ମାଳି ପର୍ବତରେ ଧୁମଧାମରେ ସରିଲା ପାକୁଳି ମାଙ୍କ ଚୈତ୍ର ଡଂଗର ଯାତ୍ରା। ହଜାର ହଜାର ଲୋକଙ୍କ ସମାଗମ ସେମିଳିଗୁଡା.ତାରିଖ ୨୦:୪:୨୦୨୫: ଚୈତ୍ର ପର୍ବ ଉପଲକ୍ଷେ ସେମିଳିଗୁଡାର କକଡାମ୍ବ ଗ୍ରାମ ନିକଟସ୍ଥ ମାଳିପର୍ବତ (ପାକୁଳି ଗୁମ୍ଫା)ଠାରେ ଆଦିବାସୀଙ୍କ ଅଧିଷ୍ଠାତ୍ରୀ ଦେବୀ ମା ପାକୁଳି ଦେବୀଙ୍କ ଚୈତ୍ର ପର୍ବ ଡଂଗର ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇ ଯାଇଛି।ଏହି ଉତ୍ସବରେ ରାୟଗଡାର ନିୟମଗିରି ସଂଗ୍ରାମ ସମିତି,ଚିନାମାଟି ସୁରକ୍ଷା ସମିତି,ବାଲଡା ନାଗେଶ୍ଵରୀ ଗୁମ୍ଫା ସୁରକ୍ଷା ସମିତି ଓ ଓଡିଶାର କୋଣ ଅନୁକୋଣରୁ ବହୁ ସଂଗ୍ରାମୀ ନେତା ,ପରିବେଶବିତ,ଶିକ୍ଷାବିତ ଯୋଗ ଦେଇଥିଲେ।ମାଳିପର୍ବତ ସୁରକ୍ଷା ସମିତିର ସଂଗ୍ରାମୀ ସାଥୀମାନେ ଏହି ଭବ୍ଯ ଯାତ୍ରାର ଆୟୋଜନ କରିଥିଲେ।ସୁରକ୍ଷା ସମିତିର ଦାସୀ ନନ୍ଦିବାଲୀ ,ବିଜୟ ଖିଲ,ଚୈତନ୍ଯ ନନ୍ଦିବାଲୀ,ନିରଂଜନ ଖିଲ,ଗୋବର୍ଦ୍ଧନ ଖିଲ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅତିଥି ଭାବରେ ନାରାୟଣପାଟଣାର ନାଚିକା ଲିଙ୍ଗା,ବରିଷ୍ଠ ନେତା ଜୟରାମ ପାଙ୍ଗୀ, ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସମାଜସେବୀ ସ୍ନିଗ୍ଧାରାଣୀ ମିଶ୍ର ,ସୁପ୍ରିୟା ମଲ୍ଲିକ ଯୋଗଦେଇଥିଲେ। ଅତିଥିମାନଙ୍କୁ ଉପଢୌକନ ପ୍ରଦାନ କରି ସ୍ବାଗତ କରାଯାଇଥିଲା।ପାକୁଳି ଗୁମ୍ଫାରେ ଦେବୀଙ୍କ ପୂଜାର୍ଚ୍ଚନାକରି ବିଭିନ୍ନ ଗ୍ରାମରୁ ଆସିଥିବା ଗୁରୁମାଇ ଓ ପୂଜାରୀ ନୃତ୍ଯ କରିଥିଲେ।ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇ ଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମାଳିପର୍ବତର ସୁରକ୍ଷା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ। ଘାଟି ଅତିକ୍ରମ କରି ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ରୀତ ହୋଇଥିଲେ। ଶାନ୍ତି ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟକ୍ରମ ସରିଥିଲା। ପୋଲିସ ଉପସ୍ଥିତ ରହି ପରିସ୍ଥିତି ପ୍ରତି ଧ୍ୟାନ ରଖିଥିଲେ।


