ଭୟାବହ ବିସ୍ପୋରଣ ରେ କାର୍ଯ୍ୟରତ ଶ୍ରମିକର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର ଆହତ।
ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅର୍ନ୍ତଗତ ଜାଲଖାଇ ଠାରେ ଅବସ୍ଥିତ ବୋଡ ନଦୀ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ନିର୍ମାଣ କାର୍ଯ୍ୟରେ ଆନ୍ଧ୍ରପ୍ରଦେଶର ଶ୍ରମିକ ମାନେ କାମ କରୁଥିଲା ବେଳେ ହଠାତ୍ ଏକ ବିସ୍ପୋରଣ ଘଟି ଚେନ୍ନା ନାରାୟଣ ନାମକ ଜଣେ ଶ୍ରମିକ ର ଶରୀର ଖଣ୍ଡବିଖଣ୍ଡିତ ହୋଇ ଯାଇଥିଲା ଓ କ୍ରିଷ୍ଣା ରାଓ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ କିଛି ଦୁରରେ ପଡ଼ିଥିଲା। ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭ ଲକ୍ଷ୍ମୀ ପୁଜାରୀ ଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଶ୍ରମିକମାନଙ୍କ ସହଯୋଗ ରେ ମୃତ ଶ୍ରମିକ ର ଖଣ୍ଡବିଖଣ୍ଡିତ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଚଳାଇ ବିସ୍ପୋରଣ ଘଟଣା ରେ ସମ୍ପୃକ୍ତ କୋଦଳା ଥାନା ଅଞ୍ଚଳର ଜଗନ୍ନାଥ ଦାସ ନାମକ ଜଣେ ବ୍ୟକ୍ତିକୁ ଥାନା ରେ ରଖି ପଚରାଉଚରା କରିବା ସହ ଗିରଫ କରିଛନ୍ତି।
