ବସ ସହ ବାଇକ ମୁହାଁମୁହିଁ ଧକ୍କା ; ବାଇକ ଚାଳକ ମୃତ୍ୟୁ, କ୍ଷତିପୂରଣ ଦାବୀରେ ମୋହନା
ବ୍ରହ୍ମପୁର ରାସ୍ତା ଅବରୋଧ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ମୋହନା ଥାନା ତପପାଣି ଘାଟି ପାଦେର୍ମା ଗାଁ ନିକଟରେ ବସ- ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଆର,ଉଦୟଗିରି ଥାନା ମେଣ୍ଟିଆମ୍ବ ଗାଁର ନରେନ୍ଦ୍ର ମଣ୍ଡଳ । ବିକ୍ରାନ୍ତ ନାମକ ଏକ ଘରୋଇ ବସ ଜୀରାଙ୍ଗରୁ ବ୍ରହ୍ମପୁର ଯାଇଥିଲା । ଏହି ସମୟରେ ବିପରୀତ ଦିଗରୁ ନରେନ୍ଦ୍ର ବାଇକରେ ନିଜ ଗାଁକୁ ଫେରୁଥିବା ବେଳେ ପାଦେର୍ମା ନିକଟରେ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । କ୍ଷତିପୂରଣ ଦାବୀରେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଏହି ଖବର ପାଇ ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ କରୁଛି ।
