ଫେରାର ହତ୍ୟା ଅଭିଯୁକ୍ତକୁ କାବୁ କରିଛନ୍ତି ବ୍ରହ୍ମପୁର ପୋଲିସ।

ବ୍ରହ୍ମପୁର ପୋଲିସ ପାଇଁ ମୋଷ୍ଟ୍ ୱାଣ୍ଟେଡ ତଥା ଜିଲ୍ଲା ଅଦାଲତ ଦ୍ଵାରା ଜାମିନ ବିହୀନ ପରୱାନା ଜାରି ହୋଇଥିବା ସତୀଶ୍ କୁମାର ମିଶ୍ର ( ମୌଜ) ବୈଦ୍ୟନାଥ ପୁର ଥାନା ପୋଲିସ୍ ଧରିବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତ ସତୀଶ୍ ବ୍ରହ୍ମପୁର ରେଳଷ୍ଟେସନ ଅଞ୍ଚଳରେ ଗଣେଶ ସୁନା ନାମକ ଜଣେ ଯୁବକ କୁ ହତ୍ୟା ଓ ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟାକାଣ୍ଡ ରେ ଦଣ୍ଡିତ ହୋଇଥିବା ବେଳେ ପୁର୍ବତନ ମେୟର ଶିବଶଙ୍କର ଦାସ କୁ ଗୁଳି ଚଳାଇ ହତ୍ୟା ଉଦ୍ୟମ ଓ ଅନ୍ୟାନ୍ୟ ମାମଲା ରେ ବିଭିନ୍ନ ସମୟରେ ଜେଲ୍ ଯାଇ ଜାମିନରେ ଆସି ଆତଙ୍କ ସୃଷ୍ଟି କରୁଥିଲା। କିନ୍ତୁ ଏହା ମଧ୍ୟରେ ବିଭିନ୍ନ ମାମଲାରେ ଅଦାଲତ କୁ ଅସହଯୋଗ ନିମନ୍ତେ ମାନ୍ୟବର ଅଦାଲତ ତା ବିରୁଦ୍ଧରେ ୪ ଟି ଜାମିନ ବିହୀନ ପରୱାନା ଜାରି କରିଥିଲେ। ଏଥିସହିତ ଗତ କିଛି ମାସ ପୁର୍ବେ ଶାନ୍ତି ମିଶ୍ର ହତ୍ୟାକାଣ୍ଡ ଘଟଣା ରେ ସମସ୍ତ ୧୧ ଜଣ ଅଭିଯୁକ୍ତ ସହ ସତୀଶ୍ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ପାଇଥିବା ବେଳେ ଅଦାଲତ ରେ ହାଜର ନହୋଇ ଫେରାର ଥିଲା। ଏହି ସବୁ ବିଷୟକୁ ନେଇ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଙ୍କ ସୁଚିନ୍ତିତ ରଣକୌଶଳ ପ୍ରସ୍ତୁତ ହୋଇ ଗୋଷାଣୀ ନୁଆଁଗାଁ ଥାନା ଅଧିକାରୀ ଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ଅଭିଯୁକ୍ତ ସତୀଶ୍ ର ଗତିବିଧି ଲକ୍ଷ କରି ପରିଶେଷରେ ତାକୁ ଜଟଣୀ ଅଞ୍ଚଳରେ ରହୁଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚି ତାକୁ କାବୁ କରି ଉଠା

By admin

Leave a Reply

Your email address will not be published. Required fields are marked *