ସ୍ଲୋଗ – ବାଘୁଆ ମହୁମାଛି ଆକ୍ରମଣରେ 20ରୁ ଉର୍ଦ୍ଧ ଆହାତ।

ସ୍ଲୋଗ – ବାଘୁଆ ମହୁମାଛି ଆକ୍ରମଣରେ 20ରୁ ଉର୍ଦ୍ଧ ଆହାତ। ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଆଜି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଅନେକ ଶୈବ ପୀଠ ତଥା ଅନେକ ମନ୍ଦିର ରେ ଉତ୍ସବ ମୁଖର ଦେଖିବାକୁ ମିଳୁଚି । ଅନେକ ଭକ୍ତ ଅନେକ ଆଶା ଓ ବିଶ୍ୱାସ ନେଇ ମନ୍ଦିରକୁ ବାହାରି ଠାକୁରଙ୍କ ଦର୍ଶନ କରି ଫେରିଥାନ୍ତି । ହେଲେ ଆଜି ସକାଳୁ ସକାଳୁ କିଛି ଭକ୍ତ ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ସ୍ତିତ ଶିବ ମନ୍ଦିରକୁ ଯାଇ ଦର୍ଶନ କରୁଥିବା ବେଳେ ହଟାତ୍ ବାଘ ମହୁ ମାଛି ଅତର୍କିତ ଭାବେ ଆକ୍ରମଣ କଲେ । ଏହି ଆକ୍ରମଣରେ ଅନେକ ଭକ୍ତ ଗୁରୁତର ଆହତ ହୋଇ ଥିବାବେଳେ ସେମାନଙ୍କୁ ସ୍ଥାନୀୟ ଲୋକ ସେମାନଙ୍କୁ ସ୍ଥାନୀୟ ମେଡିକାଲ ରେ ଭର୍ତ୍ତି କରିଛନ୍ତି । 20 ଉର୍ଦ୍ଧ ଲୋକ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ କିଛି ଛୋଟ ଛୁଆ ଥିବା କହିଛନ୍ତି ପ୍ରତ୍ୟକ୍ଷ ଦର୍ଶି ।

Leave a Reply

Your email address will not be published. Required fields are marked *