ହତ୍ୟା ଧମକ ଅଭିଯୋଗ ରେ ପଞ୍ଚାନନ କୋର୍ଟ ଚାଲାଣ।
ଭଞ୍ଜନଗର ଥାନା ଅର୍ନ୍ତଗତ ବାଇବିଲି ଗ୍ରାମର ଉଦୟ ନାଇକ ଓ ପଞ୍ଚାନନ ନାଇକଙ୍କ ମଧ୍ୟରେ ବାସଗୃହରେ ରହିବା ପାଇଁ ପୁର୍ବରୁ ଶତୃତା ଲାଗି ରହିଥିଲା। ପରିଶେଷରେ ପଞ୍ଚାନନ ହଠାତ୍ ଏକ ଦେଶୀ ବନ୍ଧୁକ ଧରି ଉଦୟ ର ଘରେ ଜୋର ଜବରଦସ୍ତ ପଶି ସପରିବାର ଘର ଛାଡ ନଚେତ୍ ସମସ୍ତଙ୍କୁ ହତ୍ୟା କରିବି ବୋଲି ଧମକ ଦେଇଥିଲା। ଏହି ଭଳି ପରିସ୍ଥିତିରେ ଉଭୟ ଭୟଭୀତ ହୋଇ ଭଞ୍ଜନଗର ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୩୮୫/୨୫ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ପଞ୍ଚାନନ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
