ସଂକ୍ରିଡା ବିନ୍ଧ୍ୟବାସିନୀ ପିଠ ଠାରେ ମାଁ ବିନ୍ଧ୍ୟବାସିନୀ କଂ ପିଠ ଠାରେ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସଂକ୍ରିଡା ବିନ୍ଧ୍ୟବାସିନୀ ପିଠ ଠାରେ ଅଂଚଳରେ ଆରାଧ୍ୟ ଇଷ୍ଟ ଦେବୀ ମା ବିନ୍ଧ୍ୟବାସିନୀ କଂ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବାନୀପାଲି ଗ୍ରାମ ରୁ ମା ବିନ୍ଧ୍ୟବାସିନୀକଂ ଛତର ଅଣାଯାଇ ସଂକ୍ରିଡା ବିନ୍ଧ୍ୟବାସିନୀ ପିଠ ଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ପୂଜକ ଭାବରେ ଉଦିତ ବେହେରା, ଶଂକର ବେହେରା,, ଗଂଗାଧର ବେହେରା, ଗଂଗାଧର ପୁରୋହିତ, ଦେବାଶିଷ ବେହେରା ଓ ଉଦ୍ଧବ ଧରେଇ ଶ୍ରଦ୍ଧାଳୁ ମାଂନକ ପୂଜାର୍ଚ୍ଚନା କରିଥିଲେ। ଦିନ ୧୨ଟା ସମୟରେ ପଣ୍ଡିତ ଦୁଃଖୀଶ୍ଯାମ ମିଶ୍ର ଓ ସହଯୋଗୀ ପଣ୍ଡିତ ମାନଙ୍କ ଦ୍ଵାରା ଚଣ୍ଡୀପାଠ ଓ ହୋମଯଜ୍ଞ କରାଯାଇଥିଲା।ଅପରାହ୍ନ ୪ଟା ସମୟରେ ବଳି ପର୍ବ ଆରମ୍ଭ ହୋଇଥିଲା। ପ୍ରଥମେ ଝରାପାଲି ଗ୍ରାମରୁ ଆସିଥିବା ବୋଦାବଳି ଦିଆଯାଇଥିଲା ପରେ ମାନସିକ ଧାରି କଂ ବୋଦା, କୁକୁଡା ଇତ୍ୟାଦି ବଳି ଦିଆଯାଇଥିଲା। ଏହି ପିଠ ଠାରେ ଅଂଚଳର ଓ ବହୁ ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ଭକ୍ତମାନେ ଦର୍ଶନ ମା ବିନ୍ଧ୍ୟବାସିନୀ ଦେବୀ କଂ ଆଶିଷ ଭିକ୍ଷା କରିଥିଲେ। ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅନ୍ନ ଭୋଗ, କ୍ଷୀରି, ଥଣ୍ଡା ପାନୀୟ ଜଳର ସୁବିଧା କରାଯାଇଥିଲା। ଏହି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭେଡେନ ପୋଲିସ ପକ୍ଷରୁ ଆଇଆଇସି ସୁଶାନ୍ତ କୁମାର ଦାଶ ଓ ରୁଷୁଡା ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସାହୁ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ବିନ୍ଧ୍ୟବାସିନୀ ପୂଜା କମିଟି ପକ୍ଷରୁ ସମସ୍ତ ସଦସ୍ଯ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

