ରାୟଗଡା ବ୍ଲକରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା ବ୍ଲକରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା ତା:୧୩.୦୪.୨୦୨୫.(ପ୍ରଫୁଲ କୁମାର ବେହେରା) ରାୟଗଡା ବ୍ଳକ ପରିସରରେ ଓଡ଼ିଆ ପକ୍ଷ୍ୟ ପାଳନ ଅବସରରେ ଆମ ରୁଚି, ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ସି ଡି ପି ଓ ମୀନାକ୍ଷୀ ଦାଶ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ଜିପିଇଓ ଗୋପାଳ ପଣ୍ଡା ଓ ମିଶନ ଶକ୍ତି ସଂଯୋଜିକା ପ୍ରିୟଙ୍କା ମୁଲିୟାଙ୍କ ଉପସ୍ଥିତିରେ ଏହି ଆୟୋଜିତ ହୋଇଥିଲା। ଏଥିରେ ସାତଗୋଟି ଚୟନକୃତ ସ୍ବୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । ଉତ୍ତମ ଗୁଣବତ୍ତା ଖାଦ୍ୟର ଷ୍ଟଲ ପ୍ରସ୍ତୁତ କରାଯାଇ ପ୍ରଦର୍ଶନ କରାଯାଇଥିଲା । ସେଥିମଧ୍ୟରୁ ଅଂଚଳର ପାରମ୍ପରିକ ଖାଦ୍ୟସାମଗ୍ରୀ ଯଥା ମାଣ୍ଡିଆ ଲଡୁ,ମଣ୍ଡାପିଠା, ଆରିଷା, କାକରା, ପୋଡ଼ପିଠା ଆଦି ସ୍ଥାନୀତ ହୋଇଥିଲା । ଆଜିକାଲିର ଖାଦ୍ୟ ତୁଳନାରେ ପାରମ୍ପରିକ ଖାଦ୍ୟରେ ଅଧିକ ପୋଷଣ ଥାଏ । ଏହି ଖାଦ୍ୟର ଓଡ଼ିଆ ଜାତିର ପ୍ରିତୀ, ଅସ୍ମିତା, ସଂସ୍କୃତି ଓ ପରମ୍ପରାର ବାସ୍ନା ବାରିହୁଏ ବୋଲି ଅତିଥିଗଣ କହିଥିଲେ । ଶେଷରେ ଉପସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଓ ଜିପିଡିଓ ଗୋପାଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *