କୁଳପତିଙ୍କୁ ଠକିଥିବା ଦୁଇ ସାଇବର ଠକ କୁ ଗୁଜରାଟରୁ ଉଠେଇ ଆଣି ବ୍ରହ୍ମପୁର ଅଦାଲତ ରେ ହାଜର କରାଗଲା।ଗତ ଫେବୃୟାରୀ ମାସରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ଡଃ ଗୀତାଞ୍ଜଳି ଦାସଙ୍କୁ ଡିଜିଟାଲ ଆରେଷ୍ଟ୍ ର ଧମକ ଦେଇ ନଗଦ ୧୪ ଲକ୍ଷ ଟଙ୍କାର ଠକେଇ ବିଷୟରେ ସାଧାରଣ ଲୋକ ଲୋଚନରେ ହଇଚଇ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ କୁଳପତି ମହାଶୟା ଠକେଇ ର ଶୀକାର ହୋଇଥିବା ଜାଣି ପୋଲିସ ର ଆଶ୍ରୟ ନେଇଥିଲେ ଓ ଉକ୍ତ ଘଟଣାରେ ପୋଲିସ ମାମଲା ନଂ ୧୫/୨୫ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରିଥିଲେ। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଏହି ଭଳି ସମ୍ବେଦନଶୀଳ ଘଟଣା କୁ ଗୁରୁତର ସହ ପଦକ୍ଷେପ ସ୍ୱରୂପ ଏକ ଟିମ ଗଠନ କରି ଅନୁସନ୍ଧାନ ଚଳାଇ ଜାଣି ପାରିଲେ ଯେ ଏହି ଘଟଣାର ଚେର ଗୁଜରାଟ ପର୍ଯ୍ୟନ୍ତ ଲମ୍ବିଛି। ପୋଲିସ ଏସ୍ ଆଇ ଜ୍ୟୋତିରଞ୍ଜନ ବେହେରା ଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇଥିଲା ଓ ଉକ୍ତ ଟିମ୍ ଗୁଜରାଟର ନୀଲମବାଗ୍ ଥାନା ଅର୍ନ୍ତଗତ ଭାବାନଗର ଅଞ୍ଚଳରେ ଉକ୍ତ ଠକ ମାନେ ଥିବା ଜାଣି ସ୍ଥାନୀୟ ପୋଲିସ ସହାୟତାରେ ଉକ୍ତ ଦୁଇ ଯୁବକ କୁ ଉଠେଇ ଆଣି ପ୍ରଥମେ ସେଠିକାର ସି ଜେ ଏମ୍ ଅଦାଲତ ରେ ହାଜର କରି ସେମାନଙ୍କୁ ବ୍ରହ୍ମପୁର ଆଣି ଯେରା କରିଥିଲେ ଓ ସେମାନଙ୍କ ଠାରୁ ସାଇବର ଠକେଇ ରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି, ଆଧାର କାର୍ଡ୍, ମୋବାଇଲ ଫୋନ ଓ କିଛି ସିମ୍ କାର୍ଡ ଜବତ କରି ଆଜି ବ୍ରହ୍ମପୁର ଏସ୍ ଡି ଜେ ଏମ୍ ଅଦାଲତ ରେ ହାଜର କରାଯାଇଛି।

By admin

Leave a Reply

Your email address will not be published. Required fields are marked *