ନିଆଁ ଲାଗି ଦୁଇ ଦୋକାନ ଭଶ୍ମିଭୁତ।

ଗୁଡାରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦୁଇ ଗୋଟି ଦୋକାନ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଭଶ୍ମିଭୁତ ହୋଇଯାଇଛି। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ଥିବା ବେଳେ ପାନ ଦୋକାନ ଓ ବାଇକ ଗେରେଜ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ସ୍ଥାନୀୟ ଜନସାଧାରଣ ଓ ଅଗ୍ନିଶମ ବାହିନୀ ସହାୟତାରେ ନିଆଁ କୁ ଆୟତ୍ତ କରାଯାଇଥିଲା। ଖବର ପାଇ ବିଡ଼ିଓ ସୁଚିସ୍ମିତା ବେହେରା, ତହସିଲଦାର ଏ. ସ୍ନେହଲତା ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ ଘଟଣା ସ୍ଥଳରେ ପହଂଚିଥିଲେ। ଦୁଇ ଗରିବ ଦୋକାନୀଙ୍କୁ ସରକାରୀ ସହଯୋଗ ଯୋଗାଇ ଦେବା ପାଇଁ ସେମାନେ ପ୍ରଶାସନ କୁ ଅନୁରୋଧ କରିଛନ୍ତି। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ

By admin

Leave a Reply

Your email address will not be published. Required fields are marked *