ଖଣ୍ଡହଥା ହରିଜନ ପଡ଼ା ର ନୂତନ ପୂଜା ମଣ୍ଡପ ର ଶୁଭ ଉଦ୍ଘାଟନ କରିଛନ୍ତି, ନିଷ୍ଠା ପରିବାର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଆଜି ତା-୧୦-୦୪-୨୦୨୫ରିଖ (ଗୁରୁ ବାର)ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗାଁ ରେ ବହୁ ପ୍ରତିକ୍ଷୀତ ହରିଜନ ପଡ଼ା ର ନୂତନ ପୂଜା ମଣ୍ଡପ ର ଶୁଭ ଉଦ୍ଘାଟନ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅଡଗାଁ ସମବାୟ ସେବା ସମିତି ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ, ପୂର୍ବତନ ସରପଞ୍ଚ କ୍ଷୀରୋଦ୍ର ସାହୁ ଜିଲ୍ଲା ପରିଷଦ ସଭ୍ୟା ମିନାକ୍ଷୀ ପାଣ୍ଡେ, ସମିତି ସଭ୍ୟା ରୀଙ୍କି ସାହୁ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ପୂଜା ମଣ୍ଡପ ର ଶୁଭ ଉଦ୍ଘାଟନ କରିଥିଲେ। ହରିଜନ ପଡ଼ା ର ବହୁ ଦିନ ର ସ୍ବପ୍ନ ପୁରା ହୋଇଥିବାରୁ ପଡ଼ା ବାସୀ ନାମ ସଙ୍କୀର୍ତ୍ତନ କରି ଅତିଥି ମାନଙ୍କୁ ପାଛୋଟି ଆଣିଥିଲେ। ଏହି କାର୍ଯ୍ୟକ୍ରମ ରେ ହରିଜନ ପଡ଼ା ବାସିନ୍ଦା ଓ ରାତ୍ର ପ୍ରଧାନ, ହେମାଞ୍ଚଲ ସାହୁ, ମାଧବ ସାହୁ, ନିର୍ମଳ ପାଣ୍ଡେ ଉପସ୍ଥିତ ଥିଲେ।

