ଓଡ଼ିଶା ପକ୍ଷ ପାଳନ ଅବସରରେ ଯୁବ ଲେଖକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଓଡ଼ିଶା ପକ୍ଷ ପାଳନ ଅବସରରେ ଯୁବ ଲେଖକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଆର,ଉଦୟଗିରି (ମନୋଜ କୁମାର ପାଢୀ/ ୧୧/୪/ଓଡ଼ିଶା ପକ୍ଷ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ସାହିତ୍ୟ ଏକାଡେମୀର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ତଥା କବିତା ପାଠ ଉତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଶ୍ରୀ ପୃଥ୍ବୀରାଜ ମଣ୍ଡଲ, ଜିଲ୍ଲା କୋଷାଗର ଅଧିକାରୀ ସୁଶ୍ରୀ ସଙ୍ଗୀତା କୁମାର,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶା ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ଯୁବ ଲେଖକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ବର୍ଗ ଯୁବ ଛାତ୍ରଛାତ୍ରୀ ମାନେ ତିନିଗୋଟି ବିଭାଗରେ କଥା ଗଳ୍ପ, କବିତା ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କବିତାରେ ବିଚାରକ ଭାବରେ ଶ୍ରୀ ବିଦ୍ୟୁତ୍ ଶେଖର ମିଶ୍ର, ଉପନିର୍ଦ୍ଦେଶକ ପ୍ରାଣୀ ଚିକିତ୍ସା ବିଭାଗ, ଗଜପତି ଓ ଶ୍ରୀ ସୌଦାଗର ସିଆ, ଅତିଥି ଅଧ୍ୟାପକ, ଏସ୍.କେ.ସି.ଜି, ସ୍ଵୟଂଶାସିତ ମହାବିଦ୍ୟାଳୟ ପାରଳାଖେମୁଣ୍ଡି, ଗଳ୍ପ ବିଭାଗରେ ଶ୍ରୀମତୀ ଶୁଭ୍ରା ପଟ୍ଟନାୟକ, ଶିକ୍ଷୟତ୍ରୀ, କେ.ସି.ପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓ ଶ୍ରୀ ଗୌରହରି କରସୁଧା ପଟ୍ଟନାୟକ ଓ ପ୍ରବନ୍ଧ ବିଭାଗ ପ୍ରତିଯୋଗିତାରେ ଶ୍ରୀମତୀ ଶ୍ୱେତା ପଟ୍ଟନାୟକ ଓ ଶ୍ରୀ ପ୍ରମୋଦ କୁମାର ପାଢ଼ୀ ପ୍ରମୁଖ ବିଚାରକ ମଣ୍ଡଳୀ ବାଭରେ ଯୋଗଦେଇଥିଲେ। ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ ବୁଦ୍ଧିଜୀବୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *