ସେଣ୍ଟ ଜାଭିଅର ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ସେମିଳିଗୁଡା.ତାରିଖ ୧୦:୪:୨୦୨୫:ସେମିଳିଗୁଡାର ସତ୍ଯ ନଗରରେ ଅବସ୍ଥିତ ସେଣ୍ଟ ଜାଭିଅର ସ୍କୁଲର ଦ୍ବିତୀୟ ବାର୍ଷିକ ଉସ୍ଚବ ଓ ଏଚିଭର୍ସ ଡେ କାର୍ଯ୍ୟକ୍ରମ ମହା ସମାରୋହରେ ପାଳନ କରାଯାଇଛି। ଏହି ଉସ୍ଚବରେ ମୂଖ୍ଯ ଅତିଥି ଭାବରେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି ଯୋଗଦେଇ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କ ନୈତିକ ଶିକ୍ଷାର ଆବଶ୍ୟକତା ଉପରେ କହିଥିଲେ। ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବରିଷ୍ଠ ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ନିଜ ଉଦବୋଧନରେ ଶିଶୁର ଚରିତ୍ର ଗଠନରେ ଅଭିଭାବକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ସମ୍ମାନିିତ ଅତିଥି ଭାବରେ ଯୋଗଦେଇ ଅବସରପ୍ରାପ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଶିଶୁକୁ ବଡ ମଣିଷ ଅପେକ୍ଷା ଏକ ଭଲ ମଣିଷଭାବେ ଗଢିବା ଆମ ସମସ୍ତଙ୍କର ଦାୟିତ୍ବ ବୋଲି କହିଥିଲେ।ଅନ୍ୟତମ ଅତିଥି ପ୍ରେସ କ୍ଲବ ସଭାପତି ଶ୍ରୀ ଅଜୟ କୁମାର ସାହୁ ଶିଶୁର ଚରିତ୍ର ଗଠନ ଉପରେ କହିଥିଲେ। ଅତିଥିମାନେ ବିଭିନ୍ନ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ମନୋରଞ୍ଜନ ପାଢୀ ସଭାପତିତ୍ବ କରିଥିଲେ।ସଂପାଦିକା ଶ୍ରୀମତୀ ସସ୍ମିତା ନାୟକ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପତି ଶିବ ଚରଣ ପାଣି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଅଧ୍ୟକ୍ଷ ସାମନ୍ତ ବକ୍ସି ଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ମେରୀ ଜୀଅନ୍ତା ନାୟକ, ଝରଣା ପଟ୍ଟନାୟକ, ପି. ଶୈଳେଜା ସଂଚାଳିକା ଦାୟିତ୍ବ ତୁଲାଇ ଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ କଳା ଓ ଶିକ୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ମାଆମାନେ ବିଭିନ୍ନ ବ୍ୟଂଜନ ପ୍ରସ୍ତୁତ କରି ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ।ବିଦ୍ୟାଳୟର ଅଭିନବ କାର୍ଯ୍ୟକ୍ରମ ଜୟ ଅଫ୍ ଗିଭିଂଗ କାର୍ଯ୍ୟକ୍ରମରେ ବ୍ୟବହୃତ ପୋଷାକ ସଂଗ୍ରହ କରି ଅନାଥାଶ୍ରମରେ ବଣ୍ଟନ ପାଇଁ ରଖାଯାଇଥିଲା।ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ପରୀକ୍ଷା ଫଳ ଅତ୍ୟନ୍ତ ଭଲ ଥିବାରୁ ଅତିଥିମାନେ କର୍ତ୍ତୃପକ୍ଷ ଓ ପରିଚାଳନା କମିଟିକୁ ଧନ୍ୟବାଦ ଦେଇଥିଲେ।

