ମୁଖ୍ୟ ରାସ୍ତା ପରେ ଛିଡାହୋଖିବା ଟ୍ରକ ପଛପଟୁ ପିଟିଲା ବାଇକ, ଜଣେ ଆହତ ।

ମୁଖ୍ୟ ରାସ୍ତା ପରେ ଛିଡାହୋଖିବା ଟ୍ରକ ପଛପଟୁ ପିଟିଲା ବାଇକ, ଜଣେ ଆହତ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ରାୟଗଡ ଥାନା ସଦର ମହକୁମା ମୁଖ୍ୟ ରାସ୍ତାରେ ଗତକାଲି ସନ୍ଧ୍ୟା ସମୟରେ ଟ୍ରକକୁ (OD07- S- 9921) ପଛପଟୁ ଏକ ବାଇକ( OD20- C- 8403) ପିଟି ହେଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୁଚନା ମିଳିଛି । ସୁଚନା ପ୍ରକାରେ ବାଇକଟି ରାୟଗଡାରୁ ରଘନାଥ ପୁର ଗ୍ରାମ ଆଡକୁ ଯାଉଥିବା ବେଳେ ଟ୍ରକଟି ପାରଳାଖେମୁଣ୍ଡି ରୁ ରା,ଉଦୟଗିରି ଅଭିମୁଖେ ଯିବାକୁ ରାସ୍ତା କଡରେ ଠିଆହୋଇଥିଲା । ଏତିକି ବେଳେ ଦୁର୍ଘଟଣାଟି ଘଟିଥିବା ସୁଚନା ମିଳିଛି । ଯାହା ଫଳରେ ବାଇକ୍ ଆରୋହୀ ଜଣ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ପ୍ରଥମେ ରାୟଗଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ । ପରେ ସେ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି ସ୍ଥାନାନ୍ତର କରିଥିଲେ । ଗୁରୁତର ଜଣଙ୍କ ହେଲେ ରଘୁନାଥ ପୁର ଗ୍ରାମର କବିରାଜ ଭୂୟାଁ । ଘଟଣାସ୍ଥଳରେ ରାୟଗଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଦୁଇଟି ଯାନକୁ ଅଟକ ରଖିଥିଲେ ।

Leave a Reply

Your email address will not be published. Required fields are marked *