ଶ୍ରୀ ରାମ ନବମୀ ଅବସର ରେ ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ….
ବରଗଡ-(ଭବାନୀ ଶଙ୍କର ପାଢ଼ୀ) ଆଜି ତା-୦୮-୦୪-୨୦୨୫ରିଖ (ମଙ୍ଗଳ ବାର)ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆନ୍ଧ୍ର କେମ୍ଫ ଠାରେ ଶ୍ରୀ ଶ୍ରୀ କୋଦଣ୍ଡ ରାମ ମନ୍ଦିର ର ୨୫ତମ ବାର୍ଷିକୀ ଓ ଶ୍ରୀ ରାମ ନବମୀ ଅବସର ରେ ଶ୍ରୀ ରାମ ମନ୍ଦିର କମିଟି, ନିଷ୍ଠା ପରିବାର ଓ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଡି ଚିଟ୍ଟି ବାବୁ, ଡି ନାଗେଶ୍ବର ରାଓ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ସମ୍ବାନୀତ ଅତିଥି ଭାବରେ ଡି ମୁରଲୀ କ୍ରୀଷ୍ଣା ଓ ବରଗଡ଼ ର ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ଜୀ ଶ୍ରୀନିବାସ ରାଓ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୂ ଶ୍ରୀ ରାମ ଙ୍କ ଦର୍ଶନ କରିଥିଲେ। ସମସ୍ତ ଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ଅନେକ ଶ୍ରଦ୍ଧାଳୁ ରକ୍ତ ଦାନ କରିଥିଲେ।ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିର କୁ ରାମ ମନ୍ଦିର କମିଟି, ଶ୍ରୀରାମ ବ୍ୟବସାୟୀ ସଙ୍ଘ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ପରିଶେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ରାମ ମନ୍ଦିର କମିଟି କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଠିକ ସେହିପରି ରେଡ ଡ୍ରପ ଅଲଟ୍ରା ମାରାଥନ ପାଇଁ ନିଷ୍ଠା ପରିବାର କୁ ରାମ ମନ୍ଦିର କମିଟି ପକ୍ଷରୁ ଉପଢ଼ୌକନ ଓ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା ସହଯୋଗୀ, ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।

