ରାୟଗଡା ପ୍ରଦକ୍ଷଣ ଗୃହ ର ପରିଚାଳନା ଓ ରକ୍ଷଣବେକ୍ଷଣ ବିଲ ପାସ ନିମନ୍ତେ ଜ଼ିଲ୍ଲାପାଳ ଙ୍କ ନାଁ ନେଇ ରାମ ଚନ୍ଦ୍ର ସାହୁ ଟଙ୍କା ମାଗୁଥିବା ର ଅଭିଯୋଗ
ରାୟଗଡା : ରାୟଗଡା ପ୍ରଦକ୍ଷଣ ଗୃହ ର ଶର୍ଟ ଟର୍ମ ରେ ପରିଚାଳନା ଓ ରକ୍ଷଣବେକ୍ଷଣ ନିମନ୍ତେ ଉଭୟ ପୁରୁଣା ଓ ଅନେକ୍ସଜୁରୀ କୋଠା କୁ 01.01.2024 ଠାରୁ 31.03.2024 କରିବା ନିମନ୍ତେ ଏକ ବୈଠକ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଗତ 26.12.3023 ସଖାଳ, 11 ଘଂଟିକା ସମୟରେ ଅନୁଷ୍ଟିତ ହୋଇଥିଲା l ବୈଠକ ଟ ନିଷ୍ପତି ଅନୁଯାଇ ଜ଼ିଲ୍ଲାପାଳ ଙ୍କ ପତ୍ର ସଂଖ୍ୟା 968/x-2023 ତା 26.12.3023 ରିଖ ଅନୁଯାଇ ବିନର ସେକ୍ୟୁରିଟି ଓ ସର୍ଭିସ ରାୟଗଡା ଙ୍କୁ ରାୟଗଡା ପ୍ରଦକ୍ଷଣ ଗୃହ ର ପରିଚାଳନା ଓ ରକ୍ଷଣବେକ୍ଷଣ ନିମନ୍ତେ ଅଭିଜ୍ଞ ଓ ସ୍କିଲ କର୍ମଚାରୀ ଙ୍କୁ ନିଯୁକ୍ତି ଦେଇ ପରିଚାଳନା ନିମନ୍ତେ ଉଲେଖ ରହିଛି l ପ୍ରଦକ୍ଷଣ ଗୃହ ପରିଚାଳନା ନିମନ୍ତେ 2 ଗୋଟି ରୋଷେୟା, 2 ଗୋଟି ରୋଷେୟା ସହାୟକ, ସଫେଇ କର୍ମଚାରୀ 03 ଗୋଟି, ବଗିଚା ନିମନ୍ତେ 03 ଗୋଟି ମାଳି, ସୁରକ୍ଷା କର୍ମଚାରୀ 03 ଗୋଟି ଓ ଗୋଟିଇ ମ୍ୟାନେଜର ରଖିବା ନିମନ୍ତେ ଜ଼ିଲ୍ଲାପାଳ ଙ୍କ ଚିଠି ରେ ଉଲେଖ ରହିଛି l ପରିଚାଳନା ଦାୟିତ୍ୱ ରେ ଥିବା ସଂସ୍ଥା ପ୍ରତ୍ୟକ ମାସ ରେ ବିଲ ଓ ଭାଉଚେର ଜ଼ିଲ୍ଲାପାଳ ଙ୍କ ନିଜ଼ରତ ବିଭାଗ ରେ ଦାଖଲ ପାଇଁ ନିର୍ଦେଶ ଦିଆ ଯାଇଥିଲା l ଜ଼ିଲ୍ଲାପାଳ ପତ୍ର ସଂଖ୍ୟା, 968/x-2023 ରେମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ଼ିଲ୍ଲା ପରିଷଦ ରାୟଗଡା ଡେପୁଟି କଲେକ୍ଟର ନିଜାରତ, ନିର୍ବାହି ଅଧିକାରୀ ଆର ଆଣ୍ଡ ବି, ନିର୍ବାହୀ ଅଧିକାରୀ ପି ଏଚ ଡି ଓ ଜ଼ିଲ୍ଲା ପ୍ରୋଜେକ୍ଟ ମ୍ୟାନେଜର ଓ ଏଲ ଏମ ରାୟଗଡା ଙ୍କ ଦସ୍ତଖତ ସହିତ ଜ଼ିଲ୍ଲାପାଳ ଙ୍କ ଅନୁମୋଦନ ର ପତ୍ର ବିନେର ସେକ୍ୟୁରିଟି ଓ ସର୍ଭିସ ର ମାଲିକ ରବୀନ୍ଦ୍ର ପାଣିଗ୍ରାହୀ ଙ୍କୁ ଦିଆଯାଥିବା ଜଣାପଡିଛି l ତତ୍କାଳୀନ ଜ଼ିଲ୍ଲାପାଳ ସ୍ଵଧା ଦେବ ସିଂ ଙ୍କ ସମୟରେ ରବୀନ୍ଦ୍ର ପାଣିଗ୍ରାହୀ ଙ୍କୁ ପ୍ରଦକ୍ଷଣ ଗୃହ ର ପରିଚାଳନା ନିମନ୍ତେ ପତ୍ର ଦିଆଯାଇଥିଲା ବୋଲି ରବୀନ୍ଦ୍ର କହିଛନ୍ତି l ଏହାପରେ ଜ଼ିଲ୍ଲାପାଳ ସ୍ଵଧା ଦେବ ଙ୍କ ବଦଳି ହୋଇଗଲା l ପରେ ମନୋଜ ସତ୍ୟବାନ ମହାଜନ ଜ଼ିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଓ ମୌଖିକ ଭାବେ ପ୍ରଦକ୍ଷଣ ଗୃହ ପରିଚାଳନା ନିମନ୍ତେ କହିଥିଲେ l ମୁଁ ଜୁଲାଇ 2024 ପର୍ଯ୍ୟନ୍ତ ପ୍ରଦକ୍ଷଣ ଗୃହ ଚଳାଇଥିଲି ବୋଲି କହିଛନ୍ତି l ଗତ 24.07.2023 ରେ ତତ୍କାଳୀନ ଅତିରିକ୍ତ ଜ଼ିଲ୍ଲାପାଳ ଭାସ୍କର ଚନ୍ଦ୍ର ରୋଇତ ଓ ନିଜ଼ାରତ ଅଧିକାରୀ ରାମ ଚନ୍ଦ୍ର ସାହୁ ଆକ୍ରୋଶ ମୂଳକ ଭାବେ ଅସୁବିଧା କରି ଏହି ଦାୟିତ୍ୱ ରେ ବାହାର କରିଥିଲେ l ପ୍ରଦକ୍ଷଣ ଗୃହ ର ପରିଚାଳନା ର ଖର୍ଚ୍ଚ, 4397252 ଟଙ୍କା ର ବିଲ ପାସ ନିମନ୍ତେ ରବୀନ୍ଦ୍ର ବିଦାୟୀ ଜ଼ିଲ୍ଲାପାଳ ମହାଜନ ଙ୍କୁ ଅଗଷ୍ଟ 2024 ରେ କହିଥିଲେ l ପରେ ନୂତନ ଭାବେ ବର୍ତ୍ତମାନ ର ଜ଼ିଲ୍ଲାପାଳ ଦାୟିତ୍ୱ ନେଇଥିବା ଜ଼ିଲ୍ଲାପାଳ ପାରୁଲ ପଟୱାରି ଙ୍କୁ ମୁଁ ମୋର ପତ୍ର ସଂଖ୍ୟା 492 ତାରିଖ 13.98.2024,493 ତାରିଖ 22.08.2024,518 ତାରିଖ 06.09.2024,528 ତାରିଖ 18.09.2024,548 ତାରିଖ 01.10.2024,602 ତାରିଖ 04.11.2024,612 ତାରିଖ 12.11.2024,622 ତାରିଖ 02.12.2024,649 ତାରିଖ 19/12/2024,677 ତାରିଖ 03.02.2025,694 ତାରିଖ 15.02.2025 ଓ 706 ତାରିଖ 03.03.2025 ରେ ମୋର ବକେୟା ଟଙ୍କା ଦେବା ନିମନ୍ତେ ଅନୁରୋଧ କରିଥିଲେ କିନ୍ତୁ ଏଥିପ୍ରତି କୌଣସି ପଦକ୍ଷେପ ନେଲେ ନାହିଁ ସେଥିପାଇଁ ମୁଁ ବାଧ୍ୟ୍ୟ ହୋଇ 07.04.2024 ଯୁଗ୍ମ ଜନଶୁଣାଣୀ ରେ ଜ଼ିଲ୍ଲାପାଳ ଓ ଜ଼ିଲ୍ଲା ର ସମସ୍ତ ଅଧିକାରୀଙ୍କ ସମୁଖ ରେ ଆତ୍ମହତ୍ୟା ନିମନ୍ତେ ମୋର ପତ୍ର ସଂଖ୍ୟା 715/ WS &LS/ 2925 ତାରିଖ 12.03.2025 ରେ ଜ଼ିଲ୍ଲାପାଳ ଙ୍କୁ ଜଣାଇଥିଲେ ଏହି ପତ୍ର ରେ ସେ ଅଭିଯୋଗ କରିଛନ୍ତି ଯେ ମୁଁ ମୋର ବିଲ ପାସ ନିମନ୍ତେ ଆବଶ୍ୟକ ବିଲ ଭାଉଚେର ସବୁ ଦାଖଲ କରିଛି କନ୍ତୁ ତତ୍କାଳୀନ ଅତିରିକ୍ତ ଜ଼ିଲ୍ଲାପାଳ ଭାସ୍କର ଚନ୍ଦ୍ର ରୋଇତ ଓ ଵର୍ତମାନ ପ୍ରଦକ୍ଷଣ ଗୃହ ଦାୟିତ୍ୱ ରେ ଥିବା ନିଜାରତ ଅଧିକାରୀ ରାମଚନ୍ଦ୍ର ସାହୁ ମୋର ସବୁ ବିଲ ଓ ଭାଉଚେର ଉଭାନ କରିଦେଇଛନ୍ତି ବୋଲି l ରାୟଗଡା ପୋଲିସ ପକ୍ଷରୁ ଚିଠି ନମ୍ବର 795 ତାରିଖ 06.04.3025 ରେ ରବୀନ୍ଦ୍ର ପାଣିଗ୍ରାହୀ ଙ୍କୁ ନିୟମ ଅନୁଯାଇ କାମ କରିବା ନିମନ୍ତେ କହିଥିଲେ l ଗତ କାଲିର ଯୁଗ୍ମ ଜଣାଶୁଣାଣି ସମୟରେ ପ୍ରଦ୍ୟୁକ୍ଷଣ ଗୃହ ର ପରିଚାଳନା କରିଥିବା ର ପ୍ରାୟ 43 ଲକ୍ଷ ଟଙ୍କା ର ବିଲ ନା ପାଇବା ରୁ ଆତ୍ମହୂତି ପାଇଁ ଜ଼ିଲ୍ଲାପାଳ ଙ୍କୁ ଚିଠି ଲେଖିଥିଲେ ବିନେର ସେକୁରିଟି ଓ ଲେବର ସର୍ଭିସ ସଂସ୍ଥା ରେ ମାଲିକ ରବୀନ୍ଦ୍ର ପାଣିଗ୍ରାହୀ ସେଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ଜ଼ିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଟ ଓ ବାହାରେ କରାଯାଇଥିଲା l ପୋଲିସ ର କଡା ସୁରକ୍ଷା ମଧ୍ୟରେ ଜ଼ିଲ୍ଲାପାଳ ଙ୍କ ଜଣାଶୁଣାଣି ଅନୁଷ୍ଠିତ ହୋଇଥିଲା ଏଥିରେ ରବୀନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ରହି ନିଜର ହକ ପାଇଁ ଜ଼ିଲ୍ଲାପାଳ ଙ୍କୁ ଅଭିଯୋଗ ଶୁଣାଣୀ ଶିବିର ରେ ପ୍ରଦୀକ୍ଷଣ ଗୃହର ପରିଚାଳନା ରେ ବିଲ ପାଇଁ ନିବେଦନ କରିଥିଲେ l ମୁଁ ବାରମ୍ବାର ବିଲ ଦାଖଲ କରିଥିଲେ ମଧ୍ୟ୍ୟ ନିଜାରତ ଅଧିକାରୀ ରାମ ଚନ୍ଦ୍ର ସାହୁ ଜାଣି ଶୁଣି ଅସୁବିଧା କରୁଛି ଓ ଜ଼ିଲ୍ଲାପାଳ ଏହି ବିଲ ପାସ ପାଇଁ ଟଙ୍କା ମାଗୁଛନ୍ତି ନ ହେଲେ ତୁମର ବିଲ ଜ଼ିଲ୍ଲାପାଳ ପାସ କରିବେ ନାହିଁ ବୋଲି ରାମ ଚନ୍ଦ୍ର ସାହୁ ମୋତେ ଟଙ୍କା ମାଗିଲା ବୋଲି ଜ଼ିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ରେ କହିଥିଲେ l ଜ଼ିଲ୍ଲାପାଳ ଙ୍କ ନାମ ରେ ଟଙ୍କା ଆଦାୟ କରୁଛ କି ବୋଲି ପ୍ରଦକ୍ଷଣ ଗୃହ ଦାୟିତ୍ୱ ରେ ଥିବା ନିଜାରତ ଅଧିକାରୀ ରାମ ଚନ୍ଦ୍ର ସାହୁ ଙ୍କୁ ତାଙ୍କରି ପ୍ରତିକ୍ରିୟା ନେବା ନିମନ୍ତେ ସାହୁ ଙ୍କ ଫୋନ ନମ୍ବର 9437776528 ରେଗତ 07.04.2025ସନ୍ଧ୍ୟା 7.57 ଓ 8.42 ମିନିଟ ସମୟରେ ଓ ଆଜି 08.04.2025 ଦିନ 12.55 ଓ 1.06 ସମୟରେ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଫୋନ ଉଠାଇନଥିଲେ l ପରେ ଜ଼ିଲ୍ଲାପାଳ ନଲ ନିଜାରତ ବିଭାଗ ଓ ପ୍ରଦକ୍ଷଣ ଗୃହ କୁ ଯାଇଥିଲୁ ତାଙ୍କରି ଦେଖାମିଳିନଥିଲା l ଜ଼ିଲ୍ଲାପାଳ ଙ୍କ ନାମରେ ଯଦି ଜଣେ ସେକ୍ସନ ଅଧିକାରୀ ଟଙ୍କା ଆଦାୟ କରୁଛନ୍ତି ତାହା ଦୁର୍ଭାଗ୍ୟ ରେ ବିଷୟ ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
