ରାୟଗଡା ଜ଼ିଲ୍ଲା ବିଜେପି ପକ୍ଷରୁ ବିଜେପି ର ପ୍ରତିଷ୍ଠା ଦିବସ ପାଳିତ ରାୟଗଡା : ରାଷ୍ଟ୍ରବାଦୀ ଚିନ୍ତା ଧାରା କୁ ନେଇ ଗତ 1980 ରେ ଗଠିତ ବିଜେପି ର 46 ତମ ପ୍ରତିଷ୍ଠା ଦିବସ କୁ ପାଳନ କରିଛି ରାୟଗଡା ଜ଼ିଲ୍ଲା ବିଜେପି l ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ରେ ପାଳିତ ପ୍ରତିଷ୍ଠା ଦିବସ ରେ ଜ଼ିଲ୍ଲା ସଭାପତି ଏମ ଗୋପୀ ଆନନ୍ଦ ଙ୍କ ସହିତ ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ, ପୂର୍ବତନ ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, କାଳିରାମ ମାଝୀ, ଚକ୍ର ବିଡ଼ିକା, କେ ଶ୍ରୀନିବାସ, କେ ସି ପଟ୍ଟନାୟକ, ଲକ୍ଷ୍ମୀ ମୋହନ ପଟ୍ଟନାୟକ ଙ୍କ ସମତେ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହି ଥିଲେ l ଜ଼ିଲ୍ଲା ବିଜେପି ସଭାପତି ପତାକା ଉତୋଳନ କରି କାର୍ଯ୍ୟକ୍ରମ ରେ ଶୁଭଆରମ୍ଭ କରିଥିଲେ l ଗୋପୀ ଆନନ୍ଦ ନିଜ ବକ୍ତବ୍ୟ ରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱ ରେ ଓଡିଶା ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଛି l ପୂର୍ବତନ ବିଜେପି ଜ଼ିଲ୍ଲା ସଭାପତି ଶିବ ପଟ୍ଟନାୟକ ନିଜ ରେ ଅଭିଭାଷଣ ଟର କହିଥିଲେ ଯେ ବିଜେପି ଦଳ ନିର୍ବାଚନ ପୂର୍ବରୁ ସଂକଳ୍ପ ପତ୍ର ରେ ଯାହା ସବୁ ପ୍ରତିଶୃତି ଦେଇଥିଲା ସରକାର ଗଠନ ର ମାତ୍ର 10 ମାସ ମଧ୍ୟରେ ପୂରଣ କରିବା ରେ ସମର୍ଥ ହୋଇପାରିଛି l ସେ ପୁଣି କହିଛନ୍ତି ଯେ ଓଡିଶା ରେ ଥିବା ସମ୍ଭାବନା ଗୁଡିକୁ ପୂରଣ କରି ଆସନ୍ତା 2036 ରେ ବିକଶିତ ଓଡିଶା ଗଠନ ବିଜେପି ର ଲକ୍ଷ ସେଥିପାଇଁ ସମସ୍ତେ ଅଖଣ୍ଡ ପରିଶ୍ରମ କରି ସରକାର ଓ ଦଳ ମଧ୍ୟରେ ସମନ୍ଵୟା ଦ୍ୱାରା ଲକ୍ଷ୍ୟ ହାସଲ ହେବ ବୋଲି କହିଥିଲେ l କୋଣ୍ଡା ବାବୁ ନିଜ ବକ୍ତବ୍ୟ ରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2047 ମସିହା ରେ ବିକଶିତ ଭାରତ ଗଠନ ପାଇଁ ଯେଉଁ ଲକ୍ଷ ରଖିଛନ୍ତି ସେଥିରେ ଓଡିଶା ମୁଖ୍ୟ ଭୂମିକା ଗ୍ରହଣ କରିବ ସେଥିପାଇଁ ଓଡିଶା ରେ ମୋହନ ଚରଣ ମାଝୀ ଙ୍କ ନେତୃତ୍ବାଧୀନ ବିଜେପି ସରକାର ନିରନ୍ତର ଭାବେ କାର୍ଯ୍ୟ କରିଚାଲିଛି l ବିଜେପି ସରକାର ଚାଷୀ, ଶ୍ରମିକ, ମୋହିଳା, ଯୁବକ, ଗରିବ ପଛୁଆବର୍ଗ ଙ୍କ ଉନ୍ନତି ନିମନ୍ତେ କାମ କରୁଛି l 46 ବର୍ଷ ର ସଙ୍ଗର୍ଷର ଯାତ୍ରା ପରେ ଆଜି ବିଜେପି ଦଳ ବିଶ୍ୱ ର ସବୁଠାରୁ ବଡ଼ ରାଜନୈତିକ ଦଳ ଭାବେ ହୋଇଛି l ବର୍ତମାନ ବିଜେପି ଭାରତ ବର୍ଷ ରର 21 ଗୋଟି ରାଜ୍ୟରେ ସାଶନ କ୍ଷମତା ରର ରହିଛି ବୋଲି କୋଣ୍ଡା ବାବୁ କହିଥିଲେ l ଆଜିର ଏହି ବିଜେପି ର ପ୍ରତିଷ୍ଠା ଦିବସ ରେ ଏକାଗ୍ର ମନୋବଳ ସହ ଦେଶ ଓ ସମାଜ ଗଡିବାକୁ କୋଣ୍ଡା ବାବୁ ବିଜେପି ର କର୍ମୀ ଙ୍କୁ ଆହ୍ୱାନା ଦେଇଥିଲେ l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ
