ପୋଖରୀରେ ବୁଡି ଯୁବକ ର ପ୍ରାଣ ଗଲା।
ଗଞ୍ଜାମ ଜିଲ୍ଲା ତାରା ସିଂ ଥାନା ଅର୍ନ୍ତଗତ ବଦାଙ୍ଗି ଗ୍ରାମର ଲବଣୀ ନାହାକ ନାମକ ଜଣେ ଯୁବକ ଗାଁ ପୋଖରୀରେ ଗାଧୋଇବାପାଇଁ ଯାଇଥିଲେ ଓ ଅସାବଧାନତା ବଶତଃ ପୋଖରୀରେ ବୁଡ଼ି ଯାଇଥିଲେ। ଗାଁ ଲୋକେ ଜାଣିବା ପରେ ତତକ୍ଷଣାତ୍ ତାକୁ ପୋଖରୀ ରୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
