ଟିକାବାଲି ଏ. ଏମ୍. ସି. ଏସ୍ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆଲୋଚନା ଚକ୍ର….
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି, ଏ. ଏମ୍. ସି. ଏସ୍ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଏକ ପାଠଚକ୍ର ଅୟୋଜିତ ହୋଇଯାଇଛି। ଏହି ସଭାରେ ଓଡ଼ିଆ ବିଭାଗର ସମସ୍ତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଏହି ସଭାରେ ସଭାପତି ଭାବରେ ଯୋଗ ଦେବା ସହିତ ଶ୍ରୀଯୁକ୍ତ ବିରୂପାକ୍ଷ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବରେ କବି ମନୋଜ ଭୋଇ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ନିବନ୍ଧକୁ ପ୍ରସଂଶା କରିଥିଲେ । ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ରୀ ସୁଶ୍ରୀ ଶିବାନୀ ମଲିକ୍, ସୁନିତା ମଳିକ, ଅର୍ପିତା ଗୌଡ,ବର୍ଷା ଦିଗାଲ, ଛାତ୍ର ଅନିଲ ପ୍ରଧାନ ‘ପଞ୍ଚାସଖାଯୁଗୀୟ ସାହିତ୍ୟର ଧାର୍ମିକ ପୃଷ୍ଠଭୂମି’ ଉପରେ ନିଜ ନିଜ ନିବନ୍ଧ ଉପସ୍ଥାପନ କରିଥିଲେ। ନିବନ୍ଧ ସମୀକ୍ଷକ ତଥା ଆଲୋଚକ ଭାବରେ ଅଧ୍ୟାପକ ରିଲୁ ପ୍ରଧାନ ଏବଂ ଅଧ୍ୟାପକ ରାଜେନ୍ଦ୍ର କୁମାର ନାୟକ ଏହି ସଭାରେ ଯୋଗ ଦେଇ ବିଶଦ ଆଲୋଚନା କରିଥିଲେ । ପ୍ରଦୀପ ପ୍ରଜ୍ବଳନ ସହିତ ମଙ୍ଗଳଦାତା ଗଣେଶଙ୍କ ଆଶିର୍ବାଦ ଗ୍ରହଣକରି ପରମ୍ପରା ଓ ବିଧି ଅନୁସାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଏହି ସଭାରେ ଯୋଗଦେଇ ନିଜ ମନ୍ତବ୍ୟ ରଖିଥିଲେ। ଶେଷରେ ସ୍ନାତକତ୍ତୋର ଦ୍ଵିତୀୟ ବର୍ଷର ଛାତ୍ର ଜ୍ଞାନେଶ୍ବର ସାହୁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
