ଗଛରେ ଝୁଲି ଯୁବକ ର ଆତ୍ମହତ୍ୟା।

ଗଛରେ ଝୁଲି ଯୁବକ ର ଆତ୍ମହତ୍ୟା।
ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅର୍ନ୍ତଗତ ବଡବୋରସିଙ୍ଗି ଗ୍ରାମର ଦୀପକ୍ ଭୋଳ ନାମକ ଜଣେ ଯୁବକ ନିଜ ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ବେକରେ ଗାମୁଛା ବାନ୍ଧି ଗଛରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ର ବାପା ବୁଲୁ ଭୋଳଙ୍କ ଠାରୁ ପ୍ରକାଶ ଯେ ଦୀପକ୍ ବାଙ୍ଗାଲୋରରେ ରହି କାମ କରୁଥିଲା ଓ ଗ୍ରାମରେ ଦଣ୍ଡନାଚ ପାଇଁ ଏହି କିଛି ଦିନ ହେଲା ଆସିଥିଲା। କିନ୍ତୁ ମାନସିକ ଚାପରେ ଥିଲା ଭଳି ଜଣାପଡ଼ୁଥିଲା। ପରବର୍ତ୍ତୀ ସମୟରେ ହଠାତ ସେ ଅନ୍ତର୍ଦ୍ଧାନ ହୋଇଯିବାରୁ ଖୋଜି ଖୋଜି ପରିବାର ଲୋକେ ବ୍ୟସ୍ତ ଥିବା ବେଳେ ସେ କାଜୁ ଜଙ୍ଗଲରେ ଝୁଲୁଥିବା ଖବର ଗାଁ ଲୋକଙ୍କଠାରୁ ଶୁଣି ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକେ ମୃତ ଦୀପକ୍ କୁ ଚିହ୍ନିବା ପରେ ଦୀପକ୍ ର ବାପା ଗାଙ୍ଗପୁର ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ଏକ ଆତ୍ମହତ୍ୟା ମାମଲା ରୁଜୁ କରି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *