ରାୟଗଡ଼ା ସ୍ଥିତ ଶ୍ରୀରାମନଗର ଠାରେ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ଉତ୍ସବ

ରାୟଗଡ଼ା, ୭l୪-ରାୟଗଡ଼ା ସ୍ଥିତ ଶ୍ରୀରାମନଗର ଠାରେ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଯୁବନେତା ତଥା ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍, ବିଶିଷ୍ଟ ଅତିଥି ଭାବେ ଡମ ସମାଜ ସଭାପତି ଶ୍ରୀ ଧନୀରାମ ନାୟକ, ସମ୍ମାନିତ ଅତିଥି ଭାବେ କୁମ୍ବିକୋଟା ମଣ୍ଡଳ ସଭାପତି ଶ୍ରୀ ମାଧବ ସାମଲ, ଯୋଗଦେଇଥିଲେ l ଆୟଜକ କ୍ରିକେଟ୍ କମିଟି ର ମ୍ୟାନେଜର ରହି ଖେଳାଳି ମାନଙ୍କୁ ଉତ୍ସାହ କରିଥଲେ l ପ୍ରଥମ ଦିବସର ଉଦ୍ଘାଟନୀ ମ୍ୟାଚ fear less fighter vs DSK ମଧ୍ୟରେ ଅନୁଷ୍ଠିତ ହେଇଥିଲା ୧୨ ଓଭର୍ ବିଶିଷ୍ଟ ପ୍ରଥମ ମ୍ୟାଚ୍ ରେ fearless fighter ଦଳ DSK ଦଳ କୁ ପରାଜିତ କରିଥଲେ l ୭ ଦିନ ଧରି ଏହି କ୍ରିକେଟ୍ ପ୍ରତିଯୋଗିତା ଚାଲି ରହିବ ଏବଂ ଫାଇନାଲ ଖେଳ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ ବୋଲି କମିଟି ମ୍ୟାନେଜର ସୂଚନା ଦେଇଛନ୍ତି କମିଟି ର ନୀଳାଞ୍ଚଳ, କହିନୁର, ଶାନ୍ତି, ବାବୁନା, ପୀୟୁଷ, ଧୀରାଜ ଏବଂ ଦେବାଶିଷ ବିଭିନ୍ନ ଦାୟିତ୍ଵ ରେ ରହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରୁଛନ୍ତି l ଏହି ଅବସରରେ କମିଟି ମ୍ୟାନେଜର କହିଛନ୍ତି ଯେ ୬ ବର୍ଷ ହେଲା ଶ୍ରୀରାମ ନଗର ରେ ପ୍ରତିଯୋଗିତା ଆୟୋଜିତ ହୋଇ ଆସୁଛି l ତେବେ ଚଳିତ ୨୦୨୫ ମସିହାର ଟୁର୍ଣ୍ଣାମେଣ୍ଟ ଭିନ୍ନ ଢ଼ଙ୍ଗରେ ଆୟୋଜିତ ହଇଛି l ରାୟଗଡ଼ା ଯୁବନେତା ତଥା ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍ ଯୋଗ ଦେଇଥିବାରୁ ଆମେ ବେଶ୍ ଉତ୍ସାହିତ ଅଛୁ ବୋଲି ଶ୍ରୀରାମ ନଗର ର ଯୁବ ଗୋଷ୍ଟି ପ୍ରକାଶ କରିଛନ୍ତି lଉଦ୍ଘାଟନୀ ଉତ୍ସବ ସଫଳତାର ସହ ସମାପନ ହେଇଥିବାବେଳେ ବାକି ମ୍ୟାଚ ଏବଂ ଉଦଯାପନୀ ସମାରୋହ ମଧ୍ୟ ସଫଳ ହେବ ବୋଲି କମିଟି ମ୍ୟାନେଜର କହିଛନ୍ତି l

Leave a Reply

Your email address will not be published. Required fields are marked *