ରବୀନ୍ଦ୍ର ପାଣିଗ୍ରାହୀ ଙ୍କ ଆତ୍ମହତ୍ୟା ଧମକୁ ନେଇ କଡା ପୋଲିସ ସୁରକ୍ଷା ମଧ୍ୟ୍ୟ ରେ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରବୀନ୍ଦ୍ର ପାଣିଗ୍ରାହୀ ଙ୍କ ଆତ୍ମହତ୍ୟା ଧମକୁ ନେଇ କଡା ପୋଲିସ ସୁରକ୍ଷା ମଧ୍ୟ୍ୟ ରେ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାୟଗଡ ତା: ୦୭.୦୪.୨୦୨୫ରିଖ ଦିନ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲାପାଳ ପାରୁଲ ପାଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ଆରକ୍ଷୀ ଅଧିକାରୀ ସ୍ୱାତୀ ଏସ କୁମାର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ, ଉପ ଜିଲ୍ଲାପାଳ, ରାୟଗଡ,ଶ୍ରୀ ରଣେଶ କୁମାର ଜେନା,ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ପାଢ଼ୀ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ lଆଜି ମୋଟ ୫୦ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୩୨ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୨ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ୦୬ ଜଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଭିଯୋଗ ଥିଲା । ରେଡ଼କ୍ରସ ପାଣ୍ଠିରୁ ଜଣଙ୍କୁ ୩୦ହଜାର ଟଙ୍କା, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୦୫ ଜଣଙ୍କୁ ୬୧ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ଜିଲ୍ଲାପାଳ ପ୍ରଦାନ କରିଥିଲେ ।ବିଶେଷ କରି ଆବାସ ଯୋଜନାରେ ଘର, ସ୍ବାସ୍ଥ୍ୟଗତ ସମସ୍ୟା, ଜମାଜମା, ପାରିବାରିକ ସମସ୍ୟା ,ଜଳସେଚନ, ଭତ୍ତା, ରାସ୍ତା ନିର୍ମାଣ, ପୋଲ ନିର୍ମାଣ ଓ ଅଙ୍ଗନବାଡି ଗୃହ ନିର୍ମାଣ ସହ ଅନ୍ୟାନ୍ୟ ସମସ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଆଜିର ଏହି ଯୁଗ୍ମ ଜଣାଶୁଣାଣି ସମୟରେ ପ୍ରଦ୍ୟୁକ୍ଷଣ ଗୃହ ର ପରିଚାଳନା କରିଥିବା କରିଥିବା ର ପ୍ରାୟ 43 ଲକ୍ଷ ଟଙ୍କା ର ବିଲ ନା ପାଇବା ରୁ ଆତ୍ମହୂତି ପାଇଁ ଜ଼ିଲ୍ଲାପାଳ ଙ୍କୁ ଚିଠି ଲେଖିଥିଲେ ବିନେର ସେକୁରିଟି ଓ ଲେବର ସର୍ଭିସ ସଂସ୍ଥା ରେ ମାଲିକ ରବୀନ୍ଦ୍ର ପାଣିଗ୍ରାହୀ ସେଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ଜ଼ିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଟ ଓ ବାହାରେ କରାଯାଇଥିଲା l ପୋଲିସ ର କଡା ସୁରକ୍ଷା ମଧ୍ୟରେ ଜ଼ିଲ୍ଲାପାଳ ଙ୍କ ଜଣାଶୁଣାଣି ଅନୁଷ୍ଠିତ ହୋଇଥିଲା ଏଥିରେ ରବୀନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ରହି ନିଜର ହକ ପାଇଁ ଜ଼ିଲ୍ଲାପାଳ ଙ୍କୁ ଅଭିଯୋଗ ଶୁଣାଣୀ ଶିବିର ରେ ପ୍ରଦୀକ୍ଷଣ ଗୃହର ପରିଚାଳନା ରେ ବିଲ ପାଇଁ ନିବେଦନ କରିଥିଲେ l ମୁଁ ବାରମ୍ବାର ବିଲ ଦାଖଲ କରିଥିଲେ ମଧ୍ୟ୍ୟ ନିଜାରତ ଅଧିକାରୀ ରାମ ଚନ୍ଦ୍ର ସାହୁ ଜାଣି ଶୁଣି ଅସୁବିଧା କରୁଛି ଓ ଜ଼ିଲ୍ଲାପାଳ ଏହି ବିଲ ପାସ ପାଇଁ ଟଙ୍କା ମାଗୁଛନ୍ତି ନ ହେଲେ ତୁମର ବିଲ ଜ଼ିଲ୍ଲାପାଳ ପାସ କରିବେ ନାହିଁ ବୋଲି ରାମ ଚନ୍ଦ୍ର ସାହୁ ମୋତେ ଟଙ୍କା ମାଗିଲା ବୋଲି ଜ଼ିଲ୍ଲାପାଳ ଙ୍କୁ ଅଭିଯୋଗ ଶୁଣାଣୀ ରେ କହିଥିଲେ l ଜ଼ିଲ୍ଲାପାଳ ଙ୍କ ନାମ ରେ ଟଙ୍କା ଆଦାୟ କରୁଛ କି ବୋଲି ପ୍ରଦକ୍ଷଣ ଗୃହ ଦାୟିତ୍ୱ ରେ ଥିବା ନିଜାରତ ଅଧିକାରୀ ରାମ ଚନ୍ଦ୍ର ସାହୁ ଙ୍କୁ ତାଙ୍କରି ପ୍ରତିକ୍ରିୟା ନେବା ନିମନ୍ତେ ସାହୁ ଙ୍କ ଫୋନ ନମ୍ବର 9437776528 ରେ ସନ୍ଧ୍ୟା 7.57 ଓ 8.42 ମିନିଟ ସମୟରେ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଫୋନ ଉଠାଇନଥିଲେ l ଜ଼ିଲ୍ଲାପାଳ ଙ୍କ ନାମରେ ଯଦି ଜଣେ ସେକ୍ସନ ଅଧିକାରୀ ଟଙ୍କା ଆଦାୟ କରୁଛନ୍ତି ତାହା ଦୁର୍ଭାଗ୍ୟ ରେ ବିଷୟ ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି lଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ଫଇସଲା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *