ରାମ ନାମରେ କମ୍ପୁଛି ଜଗନ୍ନାଥପୁର ହନୁମାନ ମନ୍ଦିର, ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ।

ରାମ ନାମରେ କମ୍ପୁଛି ଜଗନ୍ନାଥପୁର ହନୁମାନ ମନ୍ଦିର, ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ।

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ପାହାଡ ଉପରେ ଥିବା ହନୁମାନ ମନ୍ଦିରରେ ଆଜି ରାମ ନାମରେ କମ୍ପୁଛି ଶହ ଶହ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗିରହିଥିବା ବେଳେ ଆଡମ୍ବରରେ ରେ ଶ୍ରୀରାମ ନବମୀ ପାଳନ କରାଯାଉ ଥିବା ଦେଖିବା କୁ ମିଳିଛି। ବ୍ଲକର ପ୍ରତେକ ହନୁମାନ ରାମ ମନ୍ଦିରରେ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗିରହିଥିବା ଜଣା ପଡ଼ିଛି। ପ୍ରଭୁ ଶ୍ରୀରାମଚନ୍ଦ୍ର ଜଣେ ପିତୃଭକ୍ତ, ଭାତୃବତ୍ସଳ, ପରାକ୍ରମୀ, ଦିବ୍ୟରୂପକାନ୍ତି ସମ୍ପନ୍ନ ପୁରୁଷଥିଲେ। ଶ୍ରୀରାମ ନବମୀ ହିନ୍ଦୁମାନଙ୍କର ଏକ ପବିତ୍ର ପର୍ବ। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ତ୍ରେତୟା ଯୁଗରେ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମତିଥିକୁ ସମଗ୍ର ଭାରତବର୍ଷରେ ‘ଶ୍ରୀରାମ ନବମୀ’ ଭାବେ ଆଦର ଓ ଭକ୍ତିରେ ପାଳନ କରାଯାଏ। ଭକ୍ତମାନେ ଉପବାସ କରି ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତି। ଏହି ତିଥିରେ ହିନ୍ଦୁମାନେ ବ୍ରତ ବି ପାଳନ୍ତି।ଆଜି ରାୟଗଡା ଜିଲ୍ଲା ର ପ୍ରତେକ ବ୍ଲକ ଅବା ଗାଁ ସହରରେ ପବିତ୍ର ଶ୍ରୀରାମ ନବମୀ ଆନନ୍ଦରେ ବିଭୋର ହୋଇପଡିଛି । ରାୟଗଡା ସହର ରେ ମଧ୍ୟ୍ୟ ବଜରଙ୍ଗ ଦଳ ଓ ରାମଭକ୍ତ ଙ୍କ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ବିରାଟ ସଭାଯାତ୍ର ବାହାରି ସହର ରେ ମୁଖ୍ୟ ରାସ୍ତା ଦେଇ ଜ୍ୟୋତି ମୋହଲ ନିକଟ ଭେଙ୍କଟେଶ୍ୱର ମନ୍ଦିର ଠାରେ ପହଞ୍ଚିଥିଲା l ସୂଚନା ଯୋଗ୍ୟଯେ ରାୟଗଡ ସହରରେ ପ୍ରତି ବର୍ଷ ବଡ଼ ଧୁମଧାମରେ ଶ୍ରୀ ରାମ ନବମୀ ଉତ୍ସବ ପାଳନ ହୋଇଥାଏ । ସେହିପରି ଚଳିତ ବର୍ଷ ୬ ତାରିଖ ରେ ଏହି ପବିତ୍ର ଉତ୍ସବ ପାଳନ ବଡ଼ ଆଡମ୍ବର ରେ ପାଳନ କରାଯାଇଛି l ଆଜି ୬ ତାରିଖ ରେ ସକାଳ ଠିକ ୯.୩0 ରେ ରାମ ଜନ୍ମଉତ୍ସବ ଶୋଭାଯାତ୍ରା ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପାଖ ଶ୍ରୀରାମ ମନ୍ଦିର ଠାରୁ ବାହାରି ମୁଖ୍ୟ ବଜାର ଦେଇ କପିଳାସ ହୋଟେଲ ଛକ ଦେଇ ଜ୍ୟୋତି ମହଲ ଛକ ରେ ଥିବା ଶ୍ରୀ ଭେଙ୍କଟସ୍ୱର ସ୍ୱାମୀ ମନ୍ଦିର ଠାରେ ସମାପ୍ତ ହୋଇଥିଲା । ଉକ୍ତ ସ୍ଥାନରେ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।ଆଜିର ଏହି ଶୋଭାଯାତ୍ରା ରେ ୩୫ ଗୋଟି କୀର୍ତ୍ତନ ମଣ୍ଡଳୀ, ଜିଲ୍ଲା ର ଅନେକ ସାଧୁ ସନ୍ଥ , ରାମ ସେନା , ଶ୍ରୀ ରାମ ଝାଙ୍କି, ବିଭିନ୍ନ ହିନ୍ଦୁ ସଂଘଠନ, ବିଭିନ୍ନ ଜାତି ସମାଜ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ବିଭିନ୍ନ ନୃତ୍ୟ ମଣ୍ଡଳୀ ଯୋଗ ଦେଇଥିଲେ l ସହରର ଏବଂ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଶୋଭାଯାତ୍ରାରେ କାର୍ଯ୍ୟକ୍ରମ ରେ ସାମିଲ ଥିଲେ । ଆଜିର ଏହି ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ବବିଲି ରୁ ଆସିଥିବା ପ୍ରଭୁ ଶ୍ରୀରାମ ଙ୍କ ଦରବାର ଏବଂ ଚିତ୍ରକୂଟ ରୁ ଆସିଥିବା ପ୍ରଭୁ ଶ୍ରୀରାମ ଙ୍କ ପାଦୁକା ଏକ ରଥ ରେ ସହର ପରିକ୍ରମା କରିଥିଲା ଏହି ରଥ କୁ ମାତୃଶକ୍ତି ମାନଙ୍କ ଦ୍ୱାରା ଟାଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ତେବେ ରାମ ନବମୀ ଉତ୍ସବ ପାଇଁ ସମ୍ପୂର୍ଣ ସହର କୁ ଭଗବା ରଙ୍ଗ ରେ ସଜା ଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷ୍ୟା କରିବା ପାଇଁ କମିଟି ତରଫରୁ ସ୍ବେଛାସେବୀ ମାନଙ୍କୁ ଦାୟିତ୍ୱ ତୁଲାଇଥିଲେ l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *