ମାନସିକ ଭାରସାମ୍ୟ ହରାଇ ସରକାରୀ କର୍ମଚାରୀଙ୍କ ଆତ୍ମହତ୍ୟା।
ବ୍ରହ୍ମପୁର ରେଳଷ୍ଟେସନ ପରିସର ଦୁଇ ନଂ ପ୍ଲାଟଫର୍ମ ରେ ରୋସନ୍ ପଟ୍ଟନାୟକ ନାମକ ଜଣେ ଯୁବକ ଚଳନ୍ତା ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟ ରେ ପରିଚାଳନା ପରିଦର୍ଶକ ଭାବେ କାର୍ଯ୍ୟ କରୁଥିଲେ ଓ ଆର୍ଥିକ ସମସ୍ୟାରେ ଗତି କରି ଏହି ଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡିଛି। ରେଳବାଇ ଥାନା ପୋଲିସ୍ ରୋସନ୍ ର ପକେଟ୍ ରୁ ଏକ ଆଧାର କାର୍ଡ୍ ପାଇ ତା’ର ପରିଚୟ ମିଳିବା ପରେ ପରିବାର ଲୋକଙ୍କୁ ଖବର ଜଣାଇଥିଲେ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
