ପୂରବ ର ଅନ୍ନ ପ୍ରାସନ୍ନ ଅବସରରେ ଅମୃତ୍ କୁଟୁମ୍ ଭେଡେନ ଓ କୋଶଲ ସେନା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ପୂରବ ର ଅନ୍ନ ପ୍ରାସନ୍ନ ଅବସରରେ ଅମୃତ୍ କୁଟୁମ୍ ଭେଡେନ ଓ କୋଶଲ ସେନା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବାବା ସିଦ୍ଧେଶ୍ଵର ମନ୍ଦିର ପ୍ରାଙ୍ଗଣରେ “ପୂରବ” ର ଅନ୍ନ ପ୍ରାସନ୍ନ ଅବସରରେ “ଅମୃତ କୁଟୁମ୍” ଓ “କୋଶଲ ସେନା” ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଉଦଘାଟନ କରିଥିଲେ ମହାରଣା ପରିବାର ର ବରିଷ୍ଠ ସଦସ୍ୟା ପଦ୍ମିନୀ ମହାରଣା। ଏଥିରେ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର ଅଧିକାରୀ ଡଃ ବୈଭବ ଅଗ୍ରୱାଲ, ଟେକନିସିଆନ ଦେବାଷିଶ ମିଶ୍ର, ଲାଲୁ ବିଶ୍ବାସ, ଗଣେଶ ପ୍ରଧାନ, ପ୍ରହଲ୍ଲାଦ କୁମାର ଭୋଇ ପ୍ରମୁଖ ରକ୍ତ ସଂଗ୍ରହ କରି ଥିଲେ। ଏହି ସମୟରେ ଏକ ଦମ୍ପତ୍ତି ସମେତ ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଭେଡେନ ଅମୃତ୍ କୁଟୁମ୍ ର ସଭାପତି ଆନଂଦ ସୁନା, ତୋଷବନ୍ତ ବେହେରା ଶଶୀ ପାଣିଗ୍ରାହୀ, ଘନଶ୍ୟାମ ଅଗ୍ରୱାଲ, ଭୀଷ୍ମ ସିଂ ଛନ୍ଦ, ଗୋପି ମେହେର, ପ୍ରହଲ୍ଲାଦ ମେହେର, ଗଣପତି ପୋଢ ଓ କୋଶଲ ସେନା ପକ୍ଷରୁ ଅବିନାଶ ବିଶି, ରାଧେଶ୍ୟାମ ବନଛୋର, ରୋଶନ ପଣ୍ଡା, ରାକେଶ ବଢ଼େଇ, ହିମାଂଶୁ ମହାକୁଡ଼, ଭୋଦାନଂଦ ମହାକୁର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *