90 ତମ ଉକ୍ତଳ ଦିଵସ ପାଳନ

90 ତମ ଉକ୍ତଳ ଦିଵସ ପାଳନ—————+

ରାୟଗଡ଼ା -ତା 01.04.2025 (ପ୍ରଫୁଲ୍ଲ କୁମାର ବେହେରା)ରିଖ 90 ତମ ଉତ୍କଳ ଦିବସ ରାୟଗଡା ସ୍ଥିତ ସାଇପ୍ରିୟା ନଗର ରେ ସାଇପ୍ରିୟା ୱାକର୍ସ କ୍ଲବ ଆନୁକୂଲ୍ୟରେ ଶ୍ରୀଯୁକ୍ତ ଜୟକୃଷ୍ଣ ପ୍ରଧାନ ଙ୍କ ପୌରହିତ୍ୟ ରେ ମହାଆଡମ୍ବର ରେ ପାଳନ କରାଯାଇଅଛି l ଏହି ସଭାରେ ଆନ୍ତର୍ଜାତିକ ୱାକର୍ସ କ୍ଲବ ଭାରତ ମୁଖ୍ୟ ଆଞ୍ଚଳିକ ସଂଯୋଜକ ଶ୍ରୀଯୁକ୍ତ ସତ୍ୟବାଦୀ ପତି ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ଟି.ଜୟରାମ ସମ୍ମାନୀୟ ଅତିଥି ,ଅବସର ପ୍ରାପ୍ତ ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ଡ. ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ବକ୍ତା , ସାଇପ୍ରିୟା ୱାକର୍ସ କ୍ଲବ ର ବିଗତ ବର୍ଷ ର ସଭାପତି ଚକ୍ଷୁ ବିଶେଷଜ୍ଞ ଡ.ଶ୍ରୀଯୁକ୍ତ ଏମ. ସୁରେଶ କୁମାର, ସାଇପ୍ରିୟା ୱାକର୍ସ କ୍ଲବ ର ପୂର୍ବତନ ସଭା ପତି ଓ ଉପଦେଷ୍ଟା କର ପରାମର୍ଶ ଦାତା ଶ୍ରୀଯୁକ୍ତ ସୁଭାଷ ବେହେରା,ମୁଖ୍ୟ ପରାମର୍ଶ ଦାତା ଅବସର ପ୍ରାପ୍ତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦେବରାଜ ପଣ୍ଡା ଉପଦେଷ୍ଟା ଲାଡୀ ଚନ୍ଦ୍ର ମଉଳି, ମହିଳା ୱାକର୍ସ କ୍ଲବର ସଭାପତି ଶ୍ରୀମତୀ ଅରୁଣା, ବୟୋଜ୍ୟେଷ୍ଠ ସଦସ୍ୟ ଅପ୍ପଲ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ l ସମ୍ମାନନୀୟ ଅତିଥି ମାନେ ଦ୍ୱିପ ପ୍ରଜ୍ବଳନ କରିବା ସହ ଉତ୍କଳ ର ରାଜ୍ୟ ବନ୍ଦନା ଗାନ କରିବା ସହ ଉତ୍କଳ ର ସ୍ୱତନ୍ତ୍ର ସେନାନୀ ମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ସମ୍ମାନୀୟ ଅତିଥି ଗଣ ନିଜନିଜର ବକ୍ତବ୍ୟ ମାଧ୍ୟମରେ ଉତ୍କଳ ମାଟିର ଉତ୍କର୍ଷତା, ସାହସ, ବୀରତ୍ୱ, ଦେଶପ୍ରୀତି, ଭାଷା ପ୍ରୀତି ଏବଂ ବର୍ତ୍ତମାନ ସମୟରେ ଓଡ଼ିଆ ଜାତିର ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ୱନ୍ଧ ରେ ସଚେତନ କରାଇଥିଲେ l ଏହି ସଭାରେ ନୂତନ ୱାକର୍ସ ସଭ୍ୟ ଶ୍ରୀଯୁକ୍ତ ଗଣେଶ ପଣ୍ଡା, ଶ୍ରୀଯୁକ୍ତ ସଦାନନ୍ଦ ଖାଡେଙ୍ଗା, ଶ୍ରୀଯୁକ୍ତ ଜଗଦିଶ ପଟ୍ଟନାୟକ, ଶ୍ରୀଯୁକ୍ତ ଭାସ୍କର ପାଣିଗ୍ରାହୀ, ଶ୍ରୀଯୁକ୍ତ ରାଜେଶ ବାବୁ ଏବଂ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଦେବରାଜ ପଣ୍ଡା, ଶ୍ରୀଯୁକ୍ତ ବିଜୟ କୁମାର ପାତ୍ର, ଶ୍ରୀଯୁକ୍ତ ସନ୍ନ୍ୟାସୀ ପାଣିଗ୍ରାହୀ, ଶ୍ରୀଯୁକ୍ତ ଭାସ୍କର ଲାବଲା, ଶ୍ରୀଯୁକ୍ତ ସାମ୍ବା ମୂର୍ତ୍ତି, ଏଲ. ଶ୍ରୀନିବାସ ରାଓ, ହୋତା କ୍ଲିନିକ ର ମୁଖ୍ୟ ଶଶୀଭୁଷଣ ହୋତା, ସାଇପ୍ରିୟା ନଗର ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାବତୀ କର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସଭାରେ ମଞ୍ଚ ପରିଚାଳନା ଇଂ ଶ୍ରୀଯୁକ୍ତ ଲାଲ ମୋହନ ବେହେରା କରିଥିଲେ l ଶ୍ରୀଯୁକ୍ତ ସୁବାସ ବେହେରା ଅତିଥି ପରିଚୟ ପ୍ରଦାନ ଓ ସମ୍ବର୍ଦ୍ଧନା କାର୍ଯ୍ୟ ତୁଲାଇଥିଲେ l ସବୁଠାରୁ ଆକର୍ଷଣୀୟ ଏବଂ ମନଲୋଭା ଥିଲା ସାଇପ୍ରିୟା ବିଦ୍ୟାଳୟ ର କୁନି କୁନି ଶିଶୁଙ୍କ କଣ୍ଠ ରେ ବନ୍ଦେ ଉତ୍କଳ ଜନନୀ ବନ୍ଦନା l ଶେଷରେ ଇଂ ଲାଲମୋହନ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l

Leave a Reply

Your email address will not be published. Required fields are marked *