ବ୍ରହ୍ମପୁର ଆମ୍ବପୁଆ ପୋଲିସ୍ ପଡିଆରେ ପୋଲିସ ପ୍ରତିଷ୍ଠା ଦିବସ ପାଳନ।ସ୍ବତନ୍ତ୍ର ଉକ୍ତଳ ପ୍ରଦେଶ ଗଠନ ଅବସରରେ ୯୦ ତମ ପୋଲିସ୍ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ଆମ୍ବପୁଆ ପୋଲିସ୍ ପଡିଆରେ ପାଳନ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଆଇ ଜି ନୀତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପେରେଡ୍ ରେ ଅଭିବାଦନ ଗ୍ରହଣ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବା ପାଇଁ ସାଧାରଣ ଜନତା ଙ୍କ ସହଯୋଗ ନିହାତି ଆବଶ୍ୟକ ଓ ଅପରାଧ ଜଗତରେ ପାଦ ଥାପିଥିବା ଅପରାଧୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ପ୍ରତିଷ୍ଠା ଦିବସ ଅବସରରେ ବିଭାଗ ର ବିଭିନ୍ନ କର୍ମଚାରୀ ତଥା ବୈଦ୍ୟନାଥ ପୁର ଥାନା ଅଧିକାରୀ ସୁଚିତ୍ରା ପରିଡ଼ା,କ ନୁଆ ଗାଁ ଥାନା ଏସ୍ ଆଇ ଅଞଳି ବେହେରା, ନିମଖଣ୍ଡି ଥାନା ଏସ୍ ଆଇ ଗ୍ୟାନ ରଞ୍ଜନ ବେହେରା ଙ୍କ ସମେତ ବିଭିନ୍ନ ଥାନାରେ କର୍ମରତ ଏ ଏସ୍ ଆଇ, ହାବିଲଦାର ଓ ସୀପାହି ମାନଙ୍କର ନିରନ୍ତର ସେବା କଠିନ ପରିଶ୍ରମ ପ୍ରଦାନ ପାଇଁ ପୁରସ୍କୃତ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍, ବ୍ରହ୍ମପୁର ଏସ୍ ଡି ପି ଓ, ଅତିରିକ୍ତ ଏସପି ଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀମାନେ ଯୋଗଦେଇଥିଲେ।

By admin

Leave a Reply

Your email address will not be published. Required fields are marked *