ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ପ୍ରଥମ ଦିନୋତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି।

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ପ୍ରଥମ ଦିନୋତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ – (ଭବାନୀ ଶଙ୍କର ପାଢ଼ୀ) ଅଦ୍ୟ ତା.୦୧-୦୪-୨୦୨୫ରିଖ ମଙ୍ଗଳବାର ଦିନ ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରବେଶ ଦିବସ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ପରିଚାଳନା ସମିତିର ପୂର୍ବତନ ସଂପାଦକ ରୋହିତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।ଗୁରୁଜୀ ତାପସ ଭୋଇ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପ୍ରବେଶ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମକୁ ଶ୍ରୀମତୀ ଭାର୍ଗବୀ ପ୍ରଧାନ ପରିଚାଳନା କରିଥିବାବେଳେ ଶ୍ରୀମତୀ ଶ୍ରୁତି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ଶିଶୁ ଭଉଣୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷିତ ହୋଇଥିଲା।ସୁଶ୍ରୀ କୁନ୍ତୀ ପ୍ରଧାନଙ୍କ ତତ୍ତ୍ବାବଧାନରେ ବିଦ୍ୟାରମ୍ଭ ଯଜ୍ଞ କାର୍ଯ୍ୟ ସମ୍ପାଦନ ହୋଇଥିଲା।୨୦୨୪-୨୫ ବାର୍ଷିକ ପରୀକ୍ଷା ଫଳାଫଳ ରୋହିତ କୁମାର ମହାପାତ୍ର ଉନ୍ମୋଚନ କରିଥିଲେ।ଶିଶୁ ଭାଇ ଭଉଣୀ ମାନେ ପରବର୍ତ୍ତୀ ଶ୍ରେଣୀକୁ ପ୍ରବେଶ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *