କୁନା ପାଇକରାୟ ହତ୍ୟାକାଣ୍ଡ ର ମୁଖ୍ୟ ଆସାମୀ ସମେତ ୫ କୋର୍ଟ ଚାଲାଣ।

କୁନା ପାଇକରାୟ ହତ୍ୟାକାଣ୍ଡ ର ମୁଖ୍ୟ ଆସାମୀ ସମେତ ୫ କୋର୍ଟ ଚାଲାଣ।

ଗତ ଦୁଇଦିନ ପୁର୍ବେ ଆଠଗଡ଼ ପାଟଣା ଗ୍ରାମରେ ଘଟିଥିବା କୁନା ପାଇକରାୟ ହତ୍ୟାକାଣ୍ଡ ର ମୁଖ୍ୟ ଆସାମୀ ସୁନୀଲ ପଲେଇ, ଶ୍ରୀକାନ୍ତ ଗୌଡ, ଶ୍ରୀକାନ୍ତ ଯେନା, ରୋହିତ ପରିଡ଼ା ଓ ଜିତେନ୍ଦ୍ର ସାହୁ ପ୍ରମୁଖ ଙ୍କୁ ଧରିବାରେ ସଫଳ ହୋଇ ପୋଲିସ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅନ୍ୟତମ ଅଭିଯୁକ୍ତ ତଥା ସାର୍ଫ ସୁଟର ବର୍ତ୍ତମାନ ସୁଦ୍ଧା ଫେରାର ଅଛି। ଅତି ଶୀଘ୍ର ସେ ଧରାପଡିବ ବୋଲି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସପି ଏକ ସାମ୍ବାଦିକ ସମ୍ମୀଳନୀରେ ବିବୃତି ରଖିଛନ୍ତି।ପୁର୍ବ ଶତୃତା,ଠିକା କାମ ଓ ଦାଦା ବଟିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ଓ ନିହତ କୁନା ଜଣେ ପୁରୁଣା ଅପରାଧୀ। ତା ନାମରେ ବିଭିନ୍ନ ଥାନାରେ ୧୬ ଟି ଅପରାଧ ମକଦ୍ଦମା ରୁଜୁ ହୋଇଥିବା ବେଳେ ସେ ଗୋଟିଏ ମାମଲା ରେ ଅଦାଲତ ଦ୍ଵାରା ଅଭିଯୁକ୍ତ ଘୋଷିତ ହୋଇଛି। ଅତିରିକ୍ତ ଏସପି ସାମ୍ବାଦିକ ସମ୍ମୀଳନୀରେ କହିଛନ୍ତି ଯେ କୁନା କୁ ହତ୍ୟା କରିବା ପାଇଁ ମୁଖ୍ୟ ଆସାମୀ ସୁନୀଲ ପଲେଇ ଗତ ୧୦ ତାରିଖରେ ବ୍ରହ୍ମପୁର ସହର ଏକ ସ୍ଥାନରେ ବସି ଯୋଜନା କରି ସଫଳତା ପାଇଛନ୍ତି। ଧରାପଡ଼ିଥିବା ଅଭିଯୁକ୍ତ ମାନଙ୍କୁ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସପି ଙ୍କ ଠାରୁ ପ୍ରକାଶ।

Leave a Reply

Your email address will not be published. Required fields are marked *