ଉତ୍କଳ ଦିବସ ପାଳନ ଉପଲକ୍ଷେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ୪୫ ୟୁନିଟ ରକ୍ତ ସଂଗୃହୀତ

ଉତ୍କଳ ଦିବସ ପାଳନ ଉପଲକ୍ଷେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ୪୫ ୟୁନିଟ ରକ୍ତ ସଂଗୃହୀତ

ରାୟଗଡା : ଉତ୍କଳ ଦିବସ ପାଳନ ଅବସର ରେ ରାମନାଗୁଡ଼ା ପଞ୍ଚାୟତ ସମିତି ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ବ୍ଲକ ସମ୍ମିଳନୀ କକ୍ଷ ରେ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ,ଗୁଣପୁର ରକ୍ତ ଭଣ୍ଡାର ଅଧିକାରୀ ଡ ସୁଜାତା ଦେବୀ ଙ୍କ ଉପସ୍ଥିତି ରେ ଉଦଘାଟିତ ହୋଇଥିଲା।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ପ୍ରଥମେ ଅତିଥି ମାନେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରିଥିଲେ।ଏହି ରକ୍ତଦାନ ଶିବିର ରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ,ଅଙ୍ଗନୱାଡ଼ି କର୍ମୀ,ମିଶନ ଶକ୍ତି ସଦସ୍ୟା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୁଖ ରକ୍ତଦାନ କରିଥିଲେ।ଏହି ଶିବିର ରେ ମୋଟ ୪୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ଦାୟିତ୍ଵ ରେ ଥିବା ଡା ସୁଜାତା ଦେବୀ ଙ୍କ ନେତୃତ୍ୱ ରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହକାରୀ ଯନ୍ତ୍ରୀ ଦିପ୍ତିରାଣି ମୁନି,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁସ୍ମିତା ରଥ,ବିପିଶି ସନ୍ତୋଷ ରାତ୍ନାଲୁ,ଥୋମାସ ତାଣ୍ଡାସି,ଉମା ପାଲକା ,ରମାକାନ୍ତ ମାଣ୍ଡଙ୍ଗି,ଚିତ୍ତରଞ୍ଜନ ଦେଓ,ସଂଗ୍ରାମ ବ୍ରହ୍ମା ପ୍ରମୁଖ ସହଯୋଗ କରିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *