ଓଡ଼ିଆ ପକ୍ଷ ପାଳନ ନିମନ୍ତେ ଆୱାସି ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ରାୟଗଡ:-ତା. ୩୧/୦୩- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଆସନ୍ତା ୧ତାରିଖରୁ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯିବ l ସରକାରଙ୍କ ନିର୍ଦେଶ ଅନୁଯାୟୀ ୧ତାରିଖରୁ ୧୪ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ l ଆଜି ଅତରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନୟାକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆୱାସି ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା l ଏପ୍ରିଲ ପହିଲାରେ ଓଡିଶା ଦିବସକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆୟୋଜନ କରିବ l ଦୁଇତାରିଖରେ ଖଡ଼ିଛୁଆଁ ଦିବସ ଭାବରେ ସ୍କୁଲ ଓ ଗଣ ଶିକ୍ଷା ଓ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା କରାଯିବ, ତିନି ତରଖରେ ପରମ୍ପାରିଖ ପୋଷାକ ପରିଧାନ, ଚରିତାରିଖରେ ନାମ ଫଳକ ଅଭିଯାନ, ପାଞ୍ଚ ତାରିଖରେ ଗଣ ଦୌଡ଼, ଛଅ ତାରିକରେ ଦେବାଳୟ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସାତ ତାରିଖରେ ସଂସ୍କୃତି ବିଭାଗ ତରଫରୁ ବର୍ଣ୍ଣ ବୋଧ ବଣ୍ଟନ କରାଯିବ l ଆଠ ତାରିଖରେ ସ୍ଵାସ୍ତ୍ୟ ବିଭାଗ ତରଫରୁ ରକ୍ତ ଦାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ l ନଅ ତାରିଖ ଦିନ ଆସ ବହି କିଣିବା ଦିବସ ପାଳନ କରାଯିବ l ଦଶ ତାରିଖରେ ଦିନ ଲୋକକଳାକାର ଦିବସ ପାଳନ କରାଯିବ ଓ ବରିଷ୍ଠ କଳାକାର ମାନଙ୍କୁ ସମ୍ମlନିତ କରାଯିବ l ସେହିପରି ଏଗାର ତାରିଖରେ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ୟୁବ ଲେଖକ ଦିବସ ଭାବରେ ପାଳନ କରାଯିବ l ବାର୍ତାରିଖରେ ବରପୁତ୍ର ମାନଙ୍କ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ l ତେରେ ତାରିଖରେ ପାରମ୍ପରିକ ଖାଦ୍ୟ ଦିବସ ଭାବରେ ସହରାଞ୍ଚଳ ଓ ପାନୀୟଜଳ ବିଭାଗ ତରଫରୁ କରାଯିବ l ଚଉଦ ତାରିଖରେ ଅର୍ଥାତ ପଣା ସଂକ୍ରାନ୍ତ ଦିନ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯିବ ବୋଲି ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ଓ ସେହି ଅନୁସାରେ ବିଭାଗୀୟ ଅଧିକାରୀ ମନେ ଆୟୋଜନ କରିବାକୁ ଅନୁରୋଧ କରିଥିଲେ l ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷ କୁମାର ଖେମୁଣ୍ଡୁ, ଜିଲ୍ଲାସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀ ମlନେ ଯୋଗଦେଇଥିଲେ l
Related Posts
ଓଡ଼ିଆ ପକ୍ଷ ପାଳନ ଅବସରର ପାରମ୍ପରିକ ପୋଷାକ ପରିଧାନ ଅଭିଯାନ ।
ଓଡ଼ିଆ ପକ୍ଷ ପାଳନ ଅବସରର ପାରମ୍ପରିକ ପୋଷାକ ପରିଧାନ ଅଭିଯାନ ।ଆର,ଉଦୟଗିରି(ମନୋଜ ପାଢୀ/ ରାଜ୍ୟ ବ୍ୟାପୀ ଓଡ଼ିଆ ପକ୍ଷ ପାଳିତ ଅବସରରେ ଗଜପତି ଜିଲ୍ଲାସ୍ତରୀୟ ଆମ ପୋଷାକ…
ଓଡ଼ିଶା ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ।
ଓଡ଼ିଶା ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ) ଓଡ଼ିଶା ପକ୍ଷ ପାଳନ ତ୍ରୟଦଶ ଦିବସ ଅବସରରେ…

ସଂକ୍ରିଡା କୃଷି ସମବାୟ ସମିତି ର ୨୦୨୪/୨୫ ର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।
ସଂକ୍ରିଡା କୃଷି ସମବାୟ ସମିତି ର ୨୦୨୪/୨୫ ର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସଂକ୍ରିଡା…