ରାୟଗଡା ଓକିଲ ସଂଘ ର ଦେବୀ ପ୍ରସାଦ ପଟ୍ଟନାୟକ ସଭାପତି ଓ ଶଙ୍କର ରାଓ ଦୋରା ଯୁଗ୍ମ ସମ୍ପାଦକ ନିର୍ବାଚିତ

ରାୟଗଡା ଓକିଲ ସଂଘ ର ଦେବୀ ପ୍ରସାଦ ପଟ୍ଟନାୟକ ସଭାପତି ଓ ଶଙ୍କର ରାଓ ଦୋରା ଯୁଗ୍ମ ସମ୍ପାଦକ ନିର୍ବାଚିତ

ରାୟଗଡା : ରାୟଗଡା ଓକିଲ ସଙ୍ଘ ର ନିର୍ବାଚନ ଆଜି ଶାନ୍ତି ଶୃଙ୍ଖଳା ର ସହିତ ଅନୁଷ୍ଠିତ ହୋଇଯାଇଛି l ନିର୍ବାଚନ ର ଫଳାଫଳ ମଧ୍ୟ୍ୟ ଘୋଷିତ ହୋଇଯାଇଛି l ରାୟଗଡା ଓକିଲ ସଂଘ ର ନିର୍ବାଚନ ରେ 192 ଜଣ ଓକିଲ ଭୋଟ ଦେଇଥିଲେ l ସଭାପତି ପଦବି ନିମନ୍ତେ ଦେବୀ ପ୍ରସାଦ ପଟ୍ଟନାୟକ ଙ୍କ ପକ୍ଷରେ 107ଖଣ୍ଡ ବିରୋଜା ପ୍ରସାଦ ପାତ୍ରଙ୍କ ପକ୍ଷରେ 84 ଖଣ୍ଡ ଭୋଟ ପଡିଥିବାବେଳେ 1 ଭୋଟ ନାକଚ ହୋଇଯାଇଛି l ଉପସଭାପତି ପଦବୀ ନିମନ୍ତେ ସୁରେନ୍ଦ୍ର କୁମାର ଙ୍କୁ 101 ଭୋଟ ମିଳିଥିବା ବେଳେ ସୁଶାନ୍ତ କୁମାର ଖୋସଲା ଙ୍କୁ 91 ଭୋଟ ମିଳିଛି l ସମ୍ପାଦକ ନିମନ୍ତେ ମଙ୍ଗଳ ମୂର୍ତ୍ତି ବେଉରିଆ ଙ୍କୁ 102 ଖଣ୍ଡ ଭୋଟ ମିଳିଥିବା ବେଳେ ନବ କୁମାର କାଣ୍ଟା ଙ୍କୁ 88ଖଣ୍ଡ ଭୋଟ ମିଳିଛି 2 ଖଣ୍ଡ ଭୋଟ ନାକଚ ହୋଇଛି l ଯୁଗ୍ମ ସମ୍ପାଦକ ନିମନ୍ତେ ଶଙ୍କର ରାଓ ଦୋରା 140 ଭୋଟ ପାଇଥିବା ବେଳେ ଜ୍ଞାନେନ୍ଦ୍ର ମଲିକ 50 ଭୋଟ ପାଇଛନ୍ତି 2 ଗୋଟି ଭୋଟ ନାକଚ ହୋଇଛି l କୋଷାଧକ୍ଷ ନିମନ୍ତେ ମୋହନ ନାୟକ କୁ 128 ଖଣ୍ଡ କ୍ରିଷ୍ଣା ଦାସ ଗେଡିଲା କୁ 63 ଖଣ୍ଡ ଭୋଟ ମିଳିଥିବା ବେଳେ 1 ଭୋଟ ନାକଚ ହୋଇଛି l ନିର୍ବାଚନ ଫଳାଫଳ ଅନୁଯାଇ ସଭାପତି ରୂପେ ଦେବୀ ପ୍ରସାଦ ପଟ୍ଟନାୟକ, ଉପସଭାପତି ରୂପେ ସୁରେନ୍ଦ୍ର କୁମାର, ସମ୍ପାଦକ ରୂପେ ମଙ୍ଗଳ ମୂର୍ତ୍ତି ବେଉରିଆ, ଯୁଗ୍ମ ସମ୍ପାଦକ ରୂପେ ଶଙ୍କର ରାଓ ଦୋରା ଓ କୋଷାଧକ୍ଷ ରୂପେ ମୋହନ ନାୟକ ନିର୍ବାଚିତ ହୋଇଛନ୍ତି ବୋଲି ରାୟଗଡା ଓକିଲ ସଂଘ ନିର୍ବାଚନ ଅଧିକାରୀ ଜଗନ୍ନାଥ ଦୋରା କହିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ

Leave a Reply

Your email address will not be published. Required fields are marked *