ମୃତ୍ୟୁ ପରେ ସର୍ବାଙ୍ଗ ଦାନ କରିବେ ଚର୍ଚ୍ଚିତ ମହିଳା ଚାଷୀ ରାମବାଇ ଦାସ।
ବରଗଡ ୨୯,୩(ଭବାନୀ ଶଙ୍କର ପାଢ଼ୀ) ବରଗଡ ବ୍ଲକ ଅନ୍ତର୍ଗତ ଜମୁର୍ଡା ଗ୍ରାମ ର ଚର୍ଚ୍ଚିତ ମହିଳା ଚାଷୀ ରାମବାଇ ଦାସ ଏବେ ପୁଣି ଚର୍ଚ୍ଚା ରେ। ଏକଦା ମହିଳା ଚାଷୀ ଭାବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଦିଲ୍ଲୀରେ ସମ୍ମାନିତ ହୋଇଥିଲେ ରାମବାଇ।ଗରୀବ ପରିବାରରେ ଜନ୍ମ ହୋଇଥିବା ରାମବାଇ ପିଲା ଦିନରୁ ସଂଘର୍ଷମୟ ଜୀବନ ଯାପନ କରିଥିଲେ । ତାଙ୍କ ବୈବାହିକ ଜୀବନ ମଧ୍ୟ ଥିଲା ଦୁଃଖମୟ । ସ୍ୱାମୀଙ୍କୁ ଖୁବ କମ ବୟସରେ ହରାଇଥିଲେ ରାମବାଇ।ରାମବାଇଙ୍କ ଉପରେ ଏକ ମାତ୍ର ଝିଅ ଓ ବୁଢ଼ୀ ମାଆ ସହିତ ପରିବାର ପୋଷଣର ଦାୟିତ୍ୱ ନ୍ୟସ୍ତ l ନିଜସ୍ୱ କିଛି ସମ୍ପତ୍ତି ନଥିବାରୁ ଅନ୍ୟମାନଙ୍କ ଜମିରେ ଭାଗ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ସମାଜ ପାଇଁ କିଛି କରିବା ର ନିଶା ସବୁବେଳେ ରାମ ବାଇ ଙ୍କୁ ବିଚଳିତ କରିବା ସହ ବରିଷ୍ଠ ସାମ୍ବାଦିକ ତଥା  ଜୁହାର ପରିବାର ସମ୍ବଲପୁର ର  ସଂଯୋଜକ ଶ୍ରୀ ପ୍ରଫୁଲ୍ଲ କୁମାର ଦାଶ ଙ୍କ ପରିବାର ର ପାଞ୍ଚ ଜଣ ସଦସ୍ୟ ସଦସ୍ୟା ସର୍ବାଙ୍ଗ ଦାନ କରିବା ତାଙ୍କୁ ପ୍ରେରଣା ଦେଇ ଥିଲା। ମୃତ୍ୟୁ ପରେ ନିଜର ସର୍ବାଙ୍ଗ ଦାନ ପାଇଁ ବରଗଡ଼ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ସହିତ ଯୋଗାଯୋଗ କରନ୍ତି ରାମ ବାଇ ଦାସ। ସର୍ବାଙ୍ଗ ଦାନ ପାଇଁ ଆବଶ୍ୟକ ଚୁକ୍ତି ପତ୍ର କୁ ନିଷ୍ଠା ପରିବାର ଦ୍ଵାରା ପ୍ରସ୍ତୁତ ପରେ ସ୍ବାକ୍ଷର କରିବା ସହ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୂର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଏନାଟୋମି)କୁ ନିଷ୍ଠା ପରିବାର ର ମହିଳା ଶାଖା ର ସଂଯୋଜିକା ତ୍ରିପୁରା ସୂହୁଲା ଓ ସକ୍ରୀୟ ସଦସ୍ୟା ସୁତପା ଗଡତିଆ ଙ୍କ ସହ ଯାଇ ନିଜର ଚୁକ୍ତି ପତ୍ର କୁ ପ୍ରଦାନ କରିଥିଲେ ରାମ ବାଇ। ମୃତ୍ୟୁ ପରେ ଶରୀର ପୋଡ଼ି ପାଉଁଶ ହୋଇ ଯିବା ଅପେକ୍ଷା ତାଙ୍କ ଆଖି ରେ ଦୁଇ ଜଣ ଏ ରଙ୍ଗୀନ ଦୁନିଆ ଦେଖି ପାରିବେ ତା ସହ ମେଡିକାଲ ଛାତ୍ର ଛାତ୍ରୀ ମାନେ ତାଙ୍କ ଶରୀର ରେ ପାଠ ପଢି ପାରିବେ ସେଥିପାଇଁ ସେ ବହୁତ ଖୁସୀ ଅନୁଭବ କରିବା ସହ ଏ ଭଳି ମହତ କାମ ରେ ତାଙ୍କୁ ସଗାଯୋଗ କରିଥିବାରୁ ସେ ନିଷ୍ଠା ପରିବାର କୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରିଥିଲେ।ଏଭଳି ମହତ ଚିନ୍ତା ଥିବା ମହିଳା ଚାଷୀ ରାମ ବାଇ ଦାସ ଏକ ବଡ ଉଦାହରଣ ସୃଷ୍ଟି କରିବା ସହ ଅନେକ ଙ୍କ ପାଇଁ ପ୍ରେରଣା ଯୋଗାଇଛନ୍ତି ବୋଲି ନିଷ୍ଠା ପରିବାର ର ଉପଦେଷ୍ଟା ସଚି ପଣ୍ଡା ଓ ଅଶ୍ୱିନୀ ତ୍ରିପାଠୀ ଭୂୟସୀ ପ୍ରଶଂସା କରିବା ସହ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରିଥିଲେ।

By admin

Leave a Reply

Your email address will not be published. Required fields are marked *