*ପୂର୍ବ ଶତ୍ରୁତାରୁ ଯୁବକକୁ ହତ୍ୟା*

ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସିକୁଳା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ହତ୍ୟା । ମୃତ ଯୁବକ ଜଣକ ସିକୁଳା ଗାଁର ସୁମନ୍ତ ମହାପାତ୍ର ବୋଲି ଜଣାପଡିଛି। ବିଳମ୍ବିତ ରାତ୍ରିରେ ନିକଟସ୍ଥ ସୋମା ଗ୍ରାମରେ ସୁମନ୍ତକୁ କିଛି ଦୁବୃର୍ତ୍ତ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି।ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଓ ଚିକିତ୍ସା ସମୟରେ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ପୁରୁଷୋତ୍ତମପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପଟେ ଗାଁ ରେ ଉତ୍ତେଜନା ସୃଷ୍ଟି ହୋଇଛି।

By admin

Leave a Reply

Your email address will not be published. Required fields are marked *