କୁନ୍ଦୁଲୀ ଆଦିମ ଗୁରୁକୁଳ ଆଶ୍ରମରେ ଛାତ୍ରାବାସ ଉଦଘାଟିତ ସେମିଳିଗୁଡା.ତାରିଖ ୨୯,୩-୨୦୨୫:ସେମିଳିଗୁଡା ବ୍ଲକ ଅନ୍ତର୍ଗତ କୁନ୍ଦୁଲୀସ୍ଥିତ ଆଦିମ ଗୁରୁକୁଳ ଆଶ୍ରମର ସରସ୍ବତୀ ଧାମ ଛାତ୍ରାବାସ ଉଦଘାଟନ ହୋଇ ଯାଇଛି।ଏହି ସରସ୍ବତୀ ଧାମ ଛାତ୍ରାବାସ ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିଥିବା ଗୁଜରାଟ ସୁରତର ମାତୁଶ୍ରୀ କାଶିବା ହରିଭାଇ ଗୋଟି ଚାରିଟେବଲ ଟ୍ରଷ୍ଟର ପ୍ରମୂଖ ଶ୍ରୀ କେଶୁଭାଇ ହରିଭାଇ ଗୋଟି ଓ ତାଙ୍କ ସହଯୋଗୀ ଗଣ ,ଜେଷ୍ଟ କର୍ପୋରେସନର ପ୍ରମୂଖ ଶ୍ରୀ ପ୍ରବୀଣ ଭାଇ କାକଡିଆ,ଓ ତାଙ୍କ ସହଯୋଗୀ, କର୍ମଯୋଗୀ ପରିବାର ମୂଖ୍ଯ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅତିଥିମାନେ ଆଶ୍ରମରେ ପହଞ୍ଚି ପଂଚ କୁଣ୍ଡୀୟ ଯଜ୍ଞରେ ଆହୁତି ପ୍ରଦାନ କରିଥିଲେ।ସ୍ବାଗତ ପର୍ବ ପରେ ଅତିଥିମାନେ ସରସ୍ବତୀଧାମର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ଓ ଯଜ୍ଞକୁ ଆଶ୍ରମ ପ୍ରମୁଖ ବିନୟ କୁମାର ବୈଦିକ,ଉପାଚାର୍ଯ୍ଯ ମନୁଦେବ ସ୍ବାମୀ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ବ୍ରତାନନ୍ଦ ସ୍ବାମୀ,ରାକେଶ ଜୀ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ଥିଲେ।କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିବା ସମାଜସେବୀ ହରିବନ୍ଧୁ ବିଶ୍ବାଳ,ଆନନ୍ଦ ପାଟୱାନିଆଙ୍କୁ ମୂଖ୍ଯ ଅତିଥିମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଅତିଥି ମାନଙ୍କୁ ଆଶ୍ରମ ତରଫରୁ ସମ୍ବର୍ଦ୍ଧିତ କରାଯାଇ ଦେଓମାଳୀ ଫଟୋ ସମ୍ବଳିତ ଫଳକ ପ୍ରଦାନ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ଯରେ ମଞ୍ଚାସୀନ ରାଜେନ୍ଦ୍ର ପାତ୍ର, ସୁନୀଲ ଅଗ୍ରୱାଲ, ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଅମିତ ଅଗ୍ରୱାଲ, ରାଜକୁମାରୀ ପାଟୱାନିଆ, ସ୍ନିଗ୍ଧାରାଣୀ ମିଶ୍ର ,ସୁନୀତା ବିଶ୍ବାଳ,ଚନ୍ଦନ ସାହୁ,ମନୋଜ ପାତ୍ର ପ୍ରମୂଖଙ୍କୁ ସମ୍ମାନିତ କରାଯାଇ ଥିଲା। କାର୍ଯ୍ୟକ୍ରମରେ ସେମିଳିଗୁଡା ଓ ପଟାଙ୍ଗୀ ତହସିଲଦାର, ନାଲକୋର ସିଆଇଏସଏଫ କମାଣ୍ଡାଣ୍ଟ ସତ୍ଯଦେବ ଆର୍ଯ୍ଯ,ପୂର୍ଣ ପାଙ୍ଗୀ,ସୁରେନ୍ଦ୍ର କହଁର ପ୍ରମୂଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ସଭାରେ ଆଶ୍ରମର କୋଷାଧ୍ୟକ୍ଷ ଡକ୍ଟର ଜଳେନ୍ଦ୍ର ତ୍ରିପାଠୀ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରି ଭବିଷ୍ୟତରେ ଏହିପରି ସହଯୋଗ ଜାରି ରଖିବାକୁ ଅନୁରୋଧ କରିଥିଲେ।ଶ୍ରୀ ହରିଶ ଭାଇ ମାଣିଆ ମଂଚ ପରିଚାଳନା କରିଥିଲେ। ଯଜ୍ଞରେ ବହୁ ବ୍ୟକ୍ତି ସନ୍ୟାସ ଗ୍ରହଣ କରିଥିଲେ ଓ ଯଜ୍ଞରେ ଆଖପାଖ ଅଂଚଳର ବହୁ ପୁରୁଷ ମହିଳା ଯୋଗ ଦେଇଥିଲେ। ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ କରିଥିଲେ। ସକାଳେ ମହିଳାମାନେ କଳସଯାତ୍ରା କରିଥିଲେ।ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇ ଥିଲା।
Related Posts
ଆର -ଉଦୟଗିରି ବ୍ଲକରେ ଲାଗୁ ହୋଇଯାଇଛି CTS ସର୍ବେ l
ଆର -ଉଦୟଗିରି ବ୍ଲକରେ ଲାଗୁ ହୋଇଯାଇଛି CTS ସର୍ବେ l ଆର,ଉଦୟଗିରି(ମନୋଜ କୁମାର ପିଢୀ/୧/୫ – ଓଡ଼ିଶାର ଦୁର୍ଗମ ଜିଲ୍ଲାମାନଙ୍କରେ ଦିନକୁ ଦିନ ଛାତ୍ର ଛାତ୍ରୀ ମାନେ…
କୋଲନରା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l
କୋଲନରା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l ରାୟଗଡ ୦୯.୦୬.୨୦୨୫ ( ଅମୁଲ୍ୟ ନିଶଙ୍କ ) : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ…

ଟିକାବାଲି ଥାନାରେ ନୂଆ ଥାନା ଅଧିକାରୀଣୀ ପ୍ରତିଭା ଟୋପଙ୍କ ଦାୟିତ୍ୱ ଗ୍ରହଣ..
ଟିକାବାଲି ଥାନାରେ ନୂଆ ଥାନା ଅଧିକାରୀଣୀ ପ୍ରତିଭା ଟୋପଙ୍କ ଦାୟିତ୍ୱ ଗ୍ରହଣ…. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଥାନାରେ ନୂତନ ଥାନା…