କୁଟୁଳି ଆଶ୍ରମ ସ୍କୁଲରେ ଅଭିଭାବକ ବୈଠକ ପେପ୍ ଅନୁଷ୍ଠିତ

କୁଟୁଳି ଆଶ୍ରମ ସ୍କୁଲରେ ଅଭିଭାବକ ବୈଠକ ପେପ୍ ଅନୁଷ୍ଠିତ

ରାୟଗଡା : ରଜ୍ୟ ସରକାରଙ୍କ ମଙ୍ଗଳ ବିଭାଗ ର ନିର୍ଦେଶ କ୍ରମେ ଆଶ୍ରମ ବିଦ୍ୟାଳୟ କୁଟୁଳୀ ଠାରେ ଆଜି ତା ୨୮/୩/୨୦୨୫ ରିଖ ରେ ଅଂଶୀଦାର ରୂପେ ଅଭିଭାବକ ବୈଠକ ପେପ୍ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଅଦିବାରି ମିଣିଆକା ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ l ଆଶ୍ରମ ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଶ୍ରୀ ରାଜେନ୍ଦ୍ର ମିଣିଆକା, ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ସୁଶ୍ରୀ ପଲବି ଖୋରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ପ୍ରଧାନ ଶିକ୍ଷକ ଶ୍ରୀ ଗୋପୀନାଥ ପରିଛା ସ୍ବାଗତ ଭାଷଣ ଦେଇ ବିବରଣୀ ପାଠ କରିଥିଲେ l ଛାତ୍ର ଛାତ୍ରୀ ମାନେ କିପରି ଶୃଙ୍ଖଳିତ ଭାବେ ବିଦ୍ୟାଳୟ ରେ ଶିକ୍ଷା ଲାଭ କରି ପାରିବେ ,କିପରି ଡ୍ରପ ଆଉଟ୍ ବନ୍ଦ କରାଯାଇ ପାରିବ ସେ ବିଷୟ ରେ ଶ୍ରୀ ପରିଚ୍ଛା ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ଥିଲେ ।ବିଦ୍ୟାଳୟ କମିଟି ସଭାପତି ଭାଷଣ ଛଳ ରେ ନିୟମିତ ଭାବେ ବିଦ୍ୟାଳୟ କୁ ପିଲା ମାନଙ୍କୁ ପଠାଇବା ପାଇଁ ଅନୁରୋଧ କରିଥିଲେ l ଶିକ୍ଷକ ଶ୍ରୀ ଜିତେନ୍ଦ୍ର ଚୌଧୁରୀ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉ ଥିବା ବିଭିନ୍ନ ସୁବିଧା ସୁଯୋଗ ଓ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ଓ ନିରାପତ୍ତା ବିଷୟ ରେ କହିଥିଲେ l ପରବର୍ତ୍ତୀ ସମୟରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଶେଷରେ ପିତା ମାତା ମାନଙ୍କ ଦ୍ଵାରା ସଙ୍ଗୀତ ଚଉକି ଓ ବଲ୍ ଫିଙ୍ଗା ଖେଳ ପ୍ରତଯୋଗିତା ଆୟଜନ କରାଯାଇ ପୁରସ୍କାର ପ୍ରଦାନ କରାଯାଇ ଥିଲା l ଶିକ୍ଷକ ଶ୍ରୀ ଲକ୍ଷ୍ମଣ ଶବର ମଞ୍ଚ ପରିଚାଳନା କରିଥିଲେ l ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶ୍ରୀମତୀ ସୁବାଷିନୀ ପାଲକା ଓ ଅନ୍ୟ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *