10 ଦଫା ଦାବୀ ନେଇ ଡ୍ରାଇଭର ସଂଘର ଶାନ୍ତିପୂର୍ଣ ଆନ୍ଦୋଳନ ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଶୁକ୍ରବାର ଦିନ ମହେନ୍ଦ୍ରଗଡ଼ ଠାରେ ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଳିଙ୍କ ନିର୍ଦେଶ କ୍ରମେ ଡ୍ରାଇଭର ସଂଘର ପଞ୍ଚାୟତ ସ୍ତରୀୟ ଶାନ୍ତିପୂର୍ଣ ଆନ୍ଦୋଳନ ହୋଇଯାଇଛି | ଏହି ଆନ୍ଦୋଳନରେ ପଞ୍ଚାୟତ ସଭାପତି ଶ୍ରୀ ଦୁଃଖିଶ୍ୟାମ ପାତ୍ର ନେତୃତ୍ୱ ନେଇଥିବା ବେଳେ ଜିଲ୍ଲା ସମ୍ପାଦକ ଶ୍ରୀ ଭୈରବ ବିଷୋୟୀ ଯୋଗ ଦେଇଥିଲେ | ଦୀର୍ଘ ଦିନ ଧରି ଓଡ଼ିଶାର ଡ୍ରାଇଭର ମହାସଂଘ ସରକାରଙ୍କ ପାଖରେ 10 ଦଫା ଦାବୀ ନେଇ ଉପସ୍ଥାପନ କରିଥିଲେ ମଧ୍ୟ ସରକାର ମାତ୍ର ଗୋଟିଏ ଦାବୀ ପୂରଣ କରି ଚୁପଚାପ ବସି ରହିଛନ୍ତି ତେଣୁ ଆଜି ସମଗ୍ର ରାଜ୍ୟରେ ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଚାଲୁ ରହିଛି | ଯଦି ସରକାର ତୁରନ୍ତ ଏହାର ବିଚାର ନକରନ୍ତି ଆସନ୍ତାକାଲି ଚକାବନ୍ଦ ଆନ୍ଦୋଳନ କରାଯିବ ବୋଲି ସଭାପତି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି | ଏହି ଆନ୍ଦୋଳନରେ ପଞ୍ଚାୟତର ପ୍ରାୟ 50 ଜଣ ଡ୍ରାଇଭର ଯୋଗ ଦେଇଥିଲେ |

By admin

Leave a Reply

Your email address will not be published. Required fields are marked *