ରେମଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲି ର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।
ବରଗଡ ୨୯,୩(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ରେମଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲି ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ରେମଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲି ସଭାପତି ଶିବପ୍ରସାଦ ଖମାରୀ ।ମୁଖ୍ୟ ଅତିଥି ଭାବେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସମସ୍ତ ସଦସ୍ୟ /ସଦସ୍ୟା ଉପସ୍ଥିତ ଥିଲେ। ଏହା ସହିତ ସମସ୍ତ ଛୋଟ ଚାଷୀ ଓ ବଡ଼ ଚାଷୀ ନିଜ ନିଜର ସୁବିଧା ଅସୁବିଧା, ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମସ୍ୟା ଗୁଡିକ ସମାଧାନ ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ସମବାୟ ସମିତି ର ସଂପାଦକ ଆଲୋକ ବହିଦାର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ସମୟରେ ସମିତି ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ସଭାପତି ଶିବପ୍ରସାଦ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।
