ବନାନୀ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ….

କନ୍ଧମାଳ -28/03 (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ସ୍ଥାନୀୟ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ୬ ୪ ତମ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଥିଲା l ସଂଗଠନ ର ସଭାପତି ଡ଼ଃ. ଅରୂପ କୁମାର ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ପ୍ରଶାସକ ଆଇ ଟିଡିଏଗଦାଧର ପାତ୍ର, ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ନାଟ୍ୟ ପ୍ରେମୀ ରବୀନ୍ଦ୍ର ନାଥ ମିଶ୍ର ଓମୁଖ୍ୟ ବକ୍ତା ଭାବେ ବୁଦ୍ଧିଜୀବୀ ବରିଷ୍ଠ ସାହିତ୍ୟିକ ନାଟ୍ୟକାର ଅନନ୍ତ ଚରଣ ମିଶ୍ର ପ୍ରମୁଖ ଯୋଗ ଦେଇଲୁପ୍ତ ହୋଇଯାଉଥୁବା ମଞ୍ଚ ନାଟକ କୁ ବଞ୍ଚାଇ ରଖି ବା ସହ ନୂତନ କଳାକାର ମାନଙ୍କୁ ସୃଷ୍ଟିକରିବା ଲାଗିବନାନୀ କଳା ସଙ୍ଗମ ର ଉଦ୍ୟମ କୁ ଭୂୟସୀ ପ୍ରଶଂସା କରିଥିଲେ l ସଂଗଠନ ର ସାଧାରଣ ସମ୍ପାଦକ ସୁନୀଲ ପଟନାୟକ ସ୍ୱାଗତ ଭାଷଣ ଦେଇଥିଲେ lଅନ୍ୟମାନଙ୍କ ମଧ୍ୟରେ ନବ କିଶୋର ରଥ, ନାଟ୍ୟ କର ଓ ସାମ୍ୱାଦିକ ଉତ୍ପଳ କୁମାର ସାହୂ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ନାଟ୍ୟ ନିର୍ଦ୍ଦେଶକ ଓ ବରିଷ୍ଠ ଆଇନଜୀବି ବିଜୟ ପଟ୍ଟନାୟକ ଧନ୍ୟ ବାଦ ଅର୍ପଣ କରିଥଲେ l ନାଟ୍ୟ ପ୍ରେମୀ ଓ ସଦସ୍ୟ ସୂର୍ଯ୍ୟ ନାରାୟଣ ବେହେରା ଓ ସୋନ୍ତଶ କୁମାର ଦିଗାଲ ସମସ୍ତ ପ୍ରକାର ସହଯୋଗ କରିଥଲେ lଏହି ସଭାରେ ବୁଦ୍ଧିଜୀବୀ, ନାଟ୍ୟ ପ୍ରେମୀ, କଳାକାର, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ l

By admin

Leave a Reply

Your email address will not be published. Required fields are marked *