ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ର ମିଳିତ ଆନୁକୂଲ୍ୟରେ ଭ୍ରାମ୍ୟମାଣ ଯାନ ଦ୍ଵାରା ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ର ମିଳିତ ଆନୁକୂଲ୍ୟରେ ଲାୟନ୍ସ କ୍ଲବ ପରିସରରେ ଭ୍ରାମ୍ୟମାଣ ଯାନ ଦ୍ଵାରା ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ରାଜେଶ କୁମାର ହୋତା, ପୂର୍ବତନ ସଭାପତି ଲାୟନ୍ସ ଅମୀୟ କୁମାର ମେହେର, ଲାୟନ୍ସ ହରେକୃଷ୍ଣ ପ୍ରଧାନ, ଲାୟନ୍ସ ଶଙ୍କରଲାଲ ଅଗ୍ରୱାଲ, ଲାୟନ୍ସ କୁଶ ପ୍ରଧାନ, ଲାୟନ୍ସ ସନ୍ତୋଷ କୁମାର ପ୍ରଧାନ, ଲାୟନ୍ସ ଓମପ୍ରକାଶ ବାଗ, ଲାୟନ୍ସ ଦୀପକ ଅଗ୍ରୱାଲ ଓ ଲିଓ କ୍ଲବ ସଭାପତି ଅଜିତ ବେହେରା, ଗୌରବ ଅଗ୍ରୱାଲ, ଯୋଗେଶ ଅଗ୍ରୱାଲ, ସୂରଜ ସିଂ, ଲୋକେଶ ଚନ୍ଦ୍ରମ୍, ଆୟୁଷ୍ ହୋତା, କେ ଲୋହିତ, ଅମନ ଅଗ୍ରୱାଲ ଓ ପ୍ରଭୁଦତ୍ତ ଭୁଏ ପ୍ରମୁଖ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ। ରକ୍ତଦାନ ଶିବିର ରେ ୩ଜଣ ମହିଳା ସୁବାଷିନୀ ହୋତା, ଶଂକରୀ ଭୋଇ, ଅର୍ଚ୍ଚନା ପ୍ରିୟଦର୍ଶିନୀ ଓ ୭ ଜଣ ପ୍ରଥମଥର ରକ୍ତଦାନ କରିଥିଲେ ଓ ମୋଟ ୩୭ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର ଅଧିକାରୀ ଡଃ ମୁକେଶ କୁମାର ମିରୀ, କାଉନସିଲର ମଣ୍ଟୁ ପ୍ରଧାନ, ଟେକନିସିଆନ କରୁଣାକର ସାହୁ, ଅତିରିକ୍ତ ଟେକନିସିଆନ ପ୍ରହଲ୍ଲାଦ ଭୋଇ, ଗଣେଶ ପ୍ରଧାନ ଓ ସଂଜୀବ ବେରା ପ୍ରମୁଖ ରକ୍ତ ସଂଗ୍ରହ କରି ଥିଲେ। ପରିଶେଷରେ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ରାଜେଶ କୁମାର ହୋତା ରକ୍ତଦାତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

By admin

Leave a Reply

Your email address will not be published. Required fields are marked *