ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

ରାୟଗଡା : ରାମନାଗୁଡା ବ୍ଳକ ଅନ୍ତର୍ଗତ ମିଶନ ଶକ୍ତି ଗୃହ ରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ବ୍ଳକ ସ୍ତରିୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ସଦସ୍ୟ ତାଙ୍ଗୁଡୁ ଶ୍ରୀଧର,ଉପାଧ୍ୟକ୍ଷ ଜାନକୀ ନିମଲା,ପାରିଖିତୀ ସରପଞ୍ଚ ସୂର୍ଯ୍ୟାରାଓ କୁମ୍ବ୍ରିକା,ସମିତି ସଭ୍ୟା ଲକ୍ଷ୍ମୀ କାଡ୍ରାକା,ଶୁଣ୍ଢିଢ଼ାମୁଣି ସରପଞ୍ଚ ଭାସ୍କର କାଡ୍ରାକା , ସମିତିସଭ୍ୟ କମଳ ମୁଟିକା,ସିଡ଼ିପିଓ ଅଞ୍ଜଳି ମହାପାତ୍ର , ବିପିସି ଜୟନ୍ତ ସେଠ୍ ପ୍ରମୁଖ ମଞ୍ଚାସୀନ ଥିଲେ ଅତିଥି ମାନେ ନିଜ ବକ୍ତବ୍ୟ ରେ ଚାଷ କ୍ଷେତ୍ର ରେ ମହିଳା ଙ୍କୁ ସଶକ୍ତ ହେବା ସହ ବିଭିନ୍ନ ଅର୍ଥକାରୀ ଫସଲ ଯଥା ଛତୁ ଚାଷ,ଫୁଲ ଚାଷ କରିବା ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ।ଏହା ପରେ ସହକାରୀ ଉଦ୍ୟାନ ଅଧିକାରୀ,ରାମନାଗୁଡ଼ା ଏମ ସୁଚିତ୍ରା ଉଦ୍ୟାନ ବିଭାଗ ଯୋଜନା ସହ ବିଭିନ୍ନ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦେଇଥିଲେ ଓ ଗୁଣପୁର ସହକାରୀ ଉଦ୍ୟାନ ଅଧିକାରୀ ସତ୍ୟବ୍ରତ ସାହୁ ପାଳ ଛତୁ ଚାଷ ଉପରେ ଆଲୋଚନା ସହ ଛତୁ ବେଡ୍ ପ୍ରସ୍ତୁତି ପ୍ରଣାଳୀ ଉପସ୍ଥିତ ମହିଳା ଚାଷୀ ଙ୍କୁ ଦେଖେଇଥିଲେ।ଆଜିର ପ୍ରଶିକ୍ଷଣ କର୍ମଶାଳା କୁ ଉଦ୍ୟାନ ବିଭାଗ ର ଅକ୍ଷୟ କୁମାର ପଣ୍ଡା ,ସିୱାୟୀଏସଡି କର୍ମକର୍ତ୍ତା ପରିଚାଳନା ରେ ସହଯୋଗ କରିଥିଲେ।ରାୟଗଡା ରୁ ଅମୁଲ୍ୟ. ନିଶଙ୍କ ଙ୍କ ରିପୋର୍ଟ

By admin

Leave a Reply

Your email address will not be published. Required fields are marked *