ଫେରାର୍ ଦୁଷ୍କର୍ମ ଅଭିଯୁକ୍ତ ଗିରଫ।

ଫେରାର୍ ଦୁଷ୍କର୍ମ ଅଭିଯୁକ୍ତ ଗିରଫ।

ହିଞ୍ଜିଳି ଥାନା ଅଞ୍ଚଳର ଜନୈକା ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ସହ ବଂଧୁ ସମ୍ପର୍କ ରଖି ପରବର୍ତ୍ତୀ ସମୟରେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆତ୍ମସନ୍ତୋଷ ଲାଭ କରିଥିବା ଯୁବକ ଆକାଶ ନାୟକକୁ ରାୟଗଡ଼ା ରୁ ଉଠାଇ ଆଣି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଘଟଣା ରୁ ପ୍ରକାଶ ଯେ ଅଭିଯୁକ୍ତ ଆକାଶ କୌଣସି ଏକ ଭୋଜି କାର୍ଯ୍ୟରେ ଉକ୍ତ ପୀଡିତା ମହିଳା ଙ୍କ ସହ ସମ୍ପର୍କରେ ଆସିଥିଲା ଓ ଶାରୀରିକ ସମ୍ପର୍କ ରଖିଥିଲା। ପରବର୍ତ୍ତୀ ସମୟରେ ପୀଡ଼ିତା ମହିଳା ବିବାହ ପାଇଁ ଜିଦ୍ କରିବାରୁ ଆକାଶ ସେହି ଦିନଠାରୁ ଚମ୍ପଟ୍ ମାରିଥିଲା। ମହିଳା ଜଣଙ୍କ ବାପା ଘରକୁ ଯାଇ ରହି କିଛି ଦିନ ପରେ ହିଞ୍ଜିଳି ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୭୭/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରିବା ପାଇଁ ଏକ ଟିମ ଗଠନ କରି ଅଭିଯୁକ୍ତ କୁ ରାୟଗଡା ରୁ ଉଠାଇ ଆଣି ଯେରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *