ଜିସଟ ପରିଦର୍ଶନ କଲେ ବିପିୟୁଟି ଏକାଡେମିକ ଅଡିଟ୍ ସଦସ୍ୟ
ରାୟଗଡ଼଼ା : ରାୟଗଡ଼଼ା ଜିଲା କୋଲନରା ବ୍ଲକର ଖଲିଗୁଡାସ୍ଥିତ ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଅ୍ଧତ୍ପ ଟକ୍କୋଲୋଜି(ଜିସଟ୍) ପରିଦର୍ଶନରେ ଆସିଥିଲେ ବୁର୍ଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ଏକାଡେମିକ୍ ଅଡିଟ୍ ଟିମ୍। ଭିସୁଟର ପ୍ରଫେସର ରାମବିନ୍ଦ କୁମାର ସାହୁ, ସହଯୋଗୀ ପ୍ରଫେସର ଡ.ଅରୁଣାଂଶୁ ମହାପାତ୍ର ପରିଦର୍ଶନରେ ଆସିଥିଲେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡ. ପି.ଏନ.ସିଂହ, କଲେଜ ଉପାଧ୍ୟକ୍ଷ, ସବୁ ବିଭାଗର ମୁଖ୍ୟ, ପ୍ରଫେସର, ଆସିଷ୍ଟାଂଟ ପ୍ରଫେସରଙ୍କ ଉପସ୍ଥିତିରେ ଜିସ୍ଟର ନିର୍ଦ୍ଦେଶକ ଗୋବିନ୍ଦ ରଥ ଏହି ଅନୁଷ୍ଠାନର ଭିତିଭୂମି, ସଫଳତା, ଶିକ୍ଷାଦାନ, ଶିକ୍ଷା ଅଭ୍ୟାସ, ଅନୁସନ୍ଧାନ ପଦକ୍ଷେପ, ଦୁର୍ବଳତାକୁ କୁଶଳୀ ଦକ୍ଷତାରେ ପରିବର୍ତନ କରିବା, ଆହ୍ୱାନକୁ ସୁଯୋଗରେ ପରିବର୍ତନ କରିବା ସମ୍ପର୍କରେ ବୁଝାଇ ଥିଲେ। ନବୀନ ବିଚାର ଓ ପେଟେଂଟ, ମନ୍ଥରଗତିରେ ଶିଶୁଥିବା ବିଦ୍ୟାର୍ଥୀଙ୍କ ପାଇଁ ସୁଧାରାତ୍ମକ ପାଠ୍ୟକ୍ରମର ବ୍ୟବସ୍ଥା ଆଦି ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିଲେ। ଅଡିଟ୍ ଟିମ୍ ଲାବ୍ରୋଟାରୀ, ଲାଇବ୍ରେରୀ, ଶ୍ରେଣୀଗୃହ, ସେମିନାର ହଲ, ଅଡିଟୋରିୟମ, ହଷ୍ଟେଲ, କ୍ରୀଡା, ଏନଏସଏସ ଏବଂ ପ୍ରତ୍ୟେକ ଏକାଡେମିକ ବିଭାଗ ସହ କେନ୍ଦ୍ରୀୟ ସୁବିଧା ପରିଦର୍ଶନ କରିଥିଲେ। ଏହି ଅନୁଷ୍ଠାନ ଦ୍ୱାର ପରିଚାଳିତ ଗୁଣାତ୍ମକମାନର ମୂଲ୍ୟାଙ୍କନ ପାଇଁ ଶିକ୍ଷାନୁଷ୍ଠାନ ପ୍ରଶାସନିକ ଫାଇଲ ଓ ଦଲିଲ ଗୁଡିକୁ ଭଲ ଭାବେ ଯାଞ୍ଚ କରିଥିଲେ। ଏକାଡେମିକ ଉତ୍କର୍ଷର ଦୃଷ୍ଟିକୋଣ ସହିତ ମିଳିତ ପ୍ରୟାସ ଏବଂ ଅନୁଷ୍ଠାନର କୌଶଳକୁ ସମସ୍ତେ ପ୍ରଶଂସା କରିଥିଲେ। ଅଧିକ ଉନ୍ନତି ପାଇଁ ପ୍ରମୁଖ ଶକ୍ତି ଏବଂ ପରାମର୍ଶ ଉପରେ ଗୁରୁତ୍ୱ ଦେଇ ଏହି ରିପୋର୍ଟ ଆନୁଷ୍ଠାନିକ ଭାବେ ନିର୍ଦ୍ଦେଶକ ଶ୍ରୀ ରଥଙ୍କୁ ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଫେସର ଦିଲୀପ କୁମାର ମିଶ୍ର, କାଳୀପ୍ରସାଦ ଆଚର୍ଯ୍ୟ, ପ୍ରଫେସର ବାଦଲ କୁମାର ଆଚାର୍ଯ୍ୟ, ପ୍ରଫେସର ଶ୍ରୀନିବାସ ପଟ୍ଟନାୟକ, ପ୍ରଫେସର ଏ.ସାଇ କୁମାର, ପ୍ରାଶାସନିକ ଅଧିକାରୀ ଗୌତମ ପଟ୍ଟନାୟକ, ସରତ ମହାପାତ୍ର ପ୍ରମୁଖ ସୂଚାରୁ ରୂପେ ପରିଚାଳନା କରିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ