ସେମିଳିଗୁଡା ସତ୍ଯ ନଗରରେ ଗାୟତ୍ରୀରଥକୁ ସ୍ବାଗତ। ସେମିଳିଗୁଡା.ତାରିଖ୨୩:୩:୨୦୨୫:ସେମିଳିଗୁଡାଠାରେ ହରିଦ୍ଵାରରୁ ଅଣାଯାଇଥିବା ଅଖଣ୍ଡ ଜ୍ବୋତି ଓ ପବିତ୍ର କଳସକୁ ଗାୟତ୍ରୀ ପରିବାର ତରଫରୁ ସହର ପରିକ୍ରମା କରାଯାଇଥିଲା। ସତ୍ଯ ନଗରଠାରେ ସତ୍ଯ ନଗର ମହିଳା ଶାଖାର ସଂଯୋଜିକା ସ୍ନିଗ୍ଧାରାଣୀମିଶ୍ରଙ୍କ ନେତୃତ୍ବରେ ସମସ୍ତ ମହିଳା ଓ ଗାୟତ୍ରୀ ଭଉଣୀମାନେ ରଥକୁ ହୁଳହୁଳି ,ଶଂଖ ବଜାଇ ସ୍ବାଗତ କରିଥିଲେ। ଏହାପରେ ଅଖଣ୍ଡ ଜ୍ବୋତି ଓ ଗାୟତ୍ରୀମାତାଙ୍କୁ ଆଳତୀ,ବନ୍ଦାପନାକରି ପୂଜାର୍ଚ୍ଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ଭକ୍ତବୃନ୍ଦ ଅଂଶଗ୍ରହଣ କରିଥିଲେ। ଆସନ୍ତା କାଲି ଏହି ରଥ ସେମିଳିଗୁଡା ବ୍ଳକର ୯ଟି ଆଭ୍ୟନ୍ତରୀଣ ଗ୍ରାମକୁ ଯାତ୍ରାକରିବାର କାର୍ଯ୍ୟକ୍ରମ ରହିଛି।
Related Posts
ନାଇରା ଠାରେ ଭଗବାନ ବିଷ୍ଣୁଙ୍କ ର ନୃସିଂହ ଚତୃଥି ପାଳିତ
ନାଇରା ଠାରେ ଭଗବାନ ବିଷ୍ଣୁଙ୍କ ର ନୃସିଂହ ଚତୃଥି ପାଳିତରାୟଗଡା : ରାୟଗଡା ଜ଼ିଲ୍ଲା ର ପଦ୍ମପୁର ବ୍ଲକ ର ନାଇରା ଗ୍ରାମର ନୂତନ ରାଧାକାନ୍ତ ମନ୍ଦିର…
ବରଗଡ ଜିଲ୍ଲା ସ୍ତରୀୟ ଜାତୀୟ ପଂଚାୟତ ରାଜ ଦିବସ
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସ୍ତରୀୟ ଜାତୀୟ ପଂଚାୟତ ରାଜ ଦିବସ ଓ ପାନୀୟ ଜଳଯୋଗାଣ ବିଭାଗ ୨୦୨୫ ଉପଲକ୍ଷେ ରାଜ୍ୟ ସରକାରଙ୍କ…
ମୋହନା ପଞ୍ଚାୟତ ସମିତି ବୈଠକ ବର୍ଜନ କଲେ ସରପଞ୍ଚ।
ମୋହନା ପଞ୍ଚାୟତ ସମିତି ବୈଠକ ବର୍ଜନ କଲେ ସରପଞ୍ଚ। ଆର,ଉଦୟଗିରି(ମନୋଜ କୁମାର ପାଢୀ/୯/୬ ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ପଞ୍ଚାୟତ ସମିତି…