ରାଜ୍ୟ ପୁରସ୍କୃତ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା*****************

ଆର,ଉଦୟଗିରି(ମନୋଜ କୁମାର ପାଢୀ)-:ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ଆଜି ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଆମ୍ପୁଲ ରବି କୁମାର ଜିଲ୍ଲା କ୍ରୀଡା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର, ଜିଲ୍ଲା ରେଡ କ୍ରୋସ ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ, ସହ ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ସାହୁ, ଜିଲ୍ଲା ରେଡ କ୍ରୋସ ସମ୍ବଳ ସାଧନ କର୍ମୀ ଧର୍ମ ରାଓ, ଟାଗୋର ମେମୋରିଆଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବୃନ୍ଦାବନ ପାତ୍ର,ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ ଶିକ୍ଷକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଲ କରାଇଥିଲେ। ପ୍ରକାଶ ଥାଉ କି ଗଜପତି ଜିଲ୍ଲାରେ ଦୀର୍ଘ ୧୨ବର୍ଷ ଧରି ଜୁନିଅର ରେଡକ୍ରସ୍ ରେ ନିଷ୍ଠାପର ଭାବେ କାର୍ଯ୍ୟ କରି ଆସୁଥିବା ମୋହନା ବ୍ଲକ ର ଜିରାଙ୍ଗ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାସଙ୍କୁ ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କୁମ୍ଭମ୍ ପତି ପୁରସ୍କୃତ କରିଥିଲେ। ଏଣୁ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁ ଉତ୍ତରୀୟ ସହ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଶ୍ରୀଯୁକ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।ସ୍ଵାସ୍ଥ୍ୟ ସେବା ଓ ବନ୍ଧୁତା ମୋ ଜୀବନର ଶ୍ରେଷ୍ଠ ବ୍ରତ ଏବଂ ରେଡକ୍ରସ ପାଇଁ ମୁଁ ଉତ୍ସର୍ଗୀକୃତ ବୋଲି ଶ୍ରୀଯୁକ୍ତ ଦାସ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ।ପରିଶେଷରେ ଜିଲ୍ଲା ର ସମସ୍ତ ପରାମର୍ଶ ଦାତା ଙ୍କୁ ତଥା ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ଧନ୍ୟବାଦ ଜଣାଇ ଛନ୍ତି।

By admin

Leave a Reply

Your email address will not be published. Required fields are marked *