ପୁଣି ଜନନୀ ଯନ୍ତଣା ଦୋଳାରେ ୬ କି.ମି. ବୁହିନେଲେ ଗର୍ଭବତୀ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକରେ ପୁଣି ଜନନୀ ଯନ୍ତଣା ଦେଖିବାକୁ ମିଳିଛି । ଭଲ ରାସ୍ତା ଖଣ୍ଡେ ନଥିବାରୁ ୬ କି ମି ଦୋଳାରେ ବୁହିନେଲେ ଗର୍ଭବତୀ ମହିଳାଙ୍କୁ । ଏହିଭଲି ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଳକ ଅନ୍ତର୍ଗତ ମାଣ୍ଡିମେରା ପଞ୍ଚାୟତ ଅଧିନ ଗବେଲ ଗ୍ରାମରେ । ଗାଁର ଗର୍ଭବତୀ ମହିଳା ଲଳିତା ମାଝୀଙ୍କ ଗର୍ଭ ଯନ୍ତଣା ଅସ୍ୟ ହେବାରୁ ପରିବାର ଲୋକେ ସ୍ଥାନୀୟ ଆଶାଦିଦି ମେରୀ ମାଝୀଙ୍କୁ ଖବର ଦେଇଥିଲେ । ସେ ପହଞ୍ଚି ୧୦୮ କୁ ଫୋନ୍ କରିଥିଲେ । କିନ୍ତୁ ଗାଁର ରାସ୍ତା ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ନପାରି ଜାତୀୟ ରାଜପଥରେ ଅଟକି ରହିଥିଲା । ମାଣ୍ଡିମେରା ପଞ୍ଚାୟତର ନାଏବ ସରପଞ୍ଚ ଜହନ ମାଝୀ ଓ ପରିବାର ଲୋକେ ଭାରକରି ଗର୍ଭବତୀଙ୍କୁ ଦୀର୍ଘ ୬ କି.ମି. ପଥୁରିଆ ଜଙ୍ଗଲ ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । ସେଠାରୁ ବିରିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ । ସେଠାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ଉଭୟେ ମା ଓ ଶିଶୁ ସୁସ୍ଥ ଥିବା ଡାକ୍ତର କହିଥିଲେ ।
Related Posts
ଗୁଣି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ, ପିଟିପିଟି ହତ୍ୟା !
ଗୁଣି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ, ପିଟିପିଟି ହତ୍ୟା ! ପଦ୍ମପୁର: ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି ଏବଂ ଉତ୍ୟକ୍ତ ଲୋକେ ସେହି ବ୍ୟକ୍ତିଙ୍କୁ…
କୋଲନରା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ
କୋଲନରା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ରାୟଗଡା ୩୦. ୦୫(ଅମୁଲ୍ୟ ନିଶଙ୍କ ) : କୋଲନରା ବ୍ଲକ କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଆଜି ଦଶମ ପଞ୍ଚାୟତ ସମିତି…
ମାନସିକ ଭାରସାମ୍ୟ ହରାଇ ସରକାରୀ କର୍ମଚାରୀଙ୍କ ଆତ୍ମହତ୍ୟା।
ମାନସିକ ଭାରସାମ୍ୟ ହରାଇ ସରକାରୀ କର୍ମଚାରୀଙ୍କ ଆତ୍ମହତ୍ୟା। ବ୍ରହ୍ମପୁର ରେଳଷ୍ଟେସନ ପରିସର ଦୁଇ ନଂ ପ୍ଲାଟଫର୍ମ ରେ ରୋସନ୍ ପଟ୍ଟନାୟକ ନାମକ ଜଣେ ଯୁବକ ଚଳନ୍ତା ରେଳ…