20 ଫୁଟ ଘାଟି ଉପରୁ ତଳକୁ ଖସିଲା ଟ୍ରକ: ଡ୍ରାଇଭର ମୃତ ।

20 ଫୁଟ ଘାଟି ଉପରୁ ତଳକୁ ଖସିଲା ଟ୍ରକ: ଡ୍ରାଇଭର ମୃତ ।

20 ଫୁଟ ଘାଟି ଉପରୁ ତଳକୁ ଖସିଲା ଟ୍ରକ: ଡ୍ରାଇଭର ମୃତ ।

ଗଜପତି,(ମନୋଜ ପାଢ଼ୀ) : ଗଜପତି ଜିଲ୍ଲାରେ ଗତ କିଛି ଦିନ ଧରି ଅତ୍ୟଧିକ କୁହୁଡି ଅନୁଭୂତ ହେବାରେ ଲାଗିଛି । ଯଦ୍ୱାରା ଗତକାଲି ରାତ୍ର 10 ଘଣ୍ଟା ସମୟରେ ରାସ୍ତା ଦେଖା ନ ଯାଇ 20 ଫୁଟ ଘାଟି ଉପରୁ ଏକ ଟ୍ରକ ତଳକୁ ଖସି ପଡିଥିଲା. ଏଥିରେ ଚାପି ହୋଇ ଡ୍ରାଇଭର ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି. ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଜରଉ ଘାଟିରେ ଏକ ମକ୍କା ବୋଝେଇ ଟ୍ରକ ଅତ୍ୟଧିକ କୁହୁଡି ଯୋଗୁଁ ରାସ୍ତା ଦେଖା ନ ଯିବା ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ଜଣକ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ନୁଆଁଗାଁର ରମେଶ ଚନ୍ଦ୍ର ଦଳାଇ (୫୦) ବୋଲି ଜଣାପଡିଛି | ସୂଚନା ପ୍ରକାରେ ମୋହନା ଅଞ୍ଚଳରୁ ମକ୍କା ବସ୍ତା ନେଇ ଗଞ୍ଜାମ ଜିଲ୍ଲା ବଡଗଡ ଯିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ମୋହନା ଥାନାକୁ ଖବର ଦେଇଥିଲେ | ମୋହନା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଡ୍ରାଇଭରଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ପହଞ୍ଚାଇଥିଲେ। ହେଲେ ଘଟଣା ପୂର୍ବରୁ ଡ୍ରାଇଭର ମୃତ୍ୟୁବରଣ କରିଥିବା ସୂଚନା ମିଳିଛି. ମୋହନା ପୋଲିସ ଏକ ମାମଲା ରୁଜ୍ଜୁକରି ଟ୍ରକ ଓ ଶବକୁ ଜବତ କରି ତଦନ୍ତ କରୁଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ କହିଛନ୍ତି|