108 କୁଣ୍ଡିୟ ମହାଯଜ୍ଞ ନିମନ୍ତେ ଭୂମିପୂଜନ ସହିତ ବିଭିନ୍ନ କମିଟି ଗଠନ ନିମନ୍ତେ ବୈଠକ ଅନୁଷ୍ଠିତ

108 କୁଣ୍ଡିୟ ମହାଯଜ୍ଞ ନିମନ୍ତେ ଭୂମିପୂଜନ ସହିତ ବିଭିନ୍ନ କମିଟି ଗଠନ ନିମନ୍ତେ ବୈଠକ ଅନୁଷ୍ଠିତ

108 କୁଣ୍ଡିୟ ମହାଯଜ୍ଞ ନିମନ୍ତେ ଭୂମିପୂଜନ ସହିତ ବିଭିନ୍ନ କମିଟି ଗଠନ ନିମନ୍ତେ ବୈଠକ ଅନୁଷ୍ଠିତ

ରାୟଗଡ: ( ଅମୁଲ୍ୟ. ନିଶଙ୍କ ) 108 କୁଣ୍ଡିୟ ମହାଯଜ୍ଞ ନିମନ୍ତେ ଖୋଲା ଯାଇଥିବା କାର୍ଯ୍ୟାଳୟ ଠାରେ ଭୂମିପୂଜନ ସହିତ ବିଭିନ୍ନ ଦାୟିତ୍ୱ ନିମନ୍ତେ କମିଟି ଗଠନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l 108 କୁଣ୍ଡିୟ ମହାଯଂଜ୍ଞ ର ଆୟୋଜକ ମିଟ୍ସ ଗ୍ରୁପ ର ଅଧ୍ୟକ୍ଷ ବଲକୃଷ୍ଣ ପଣ୍ଡା ଓ ତାଙ୍କ ସହଯୋଗୀ ମାନଙ୍କ ପୌରାହିତ୍ୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ରାୟଗଡ ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ ଉଦୟ ପଣ୍ଡା, ପ୍ରଳୟ ସାହୁ, ପ୍ରମୋଦ ସାହୁ ଅରୁଣ ସେଠି ଙ୍କ ସମତେ ସହର ର ବିଭିନ୍ନ ସଂଗଠନ ର ବ୍ୟକ୍ତିବିଶେଷ ଯୋଗଦେଇଥିଲେ lଏହି ଅବସରରେ 108 କୁଣ୍ଡିୟ ମହାଯଜ୍ଞ୍ଜୟ ର ମୁଖ୍ୟ ପୁରୋଧା ମିଟ୍ସ ଇଞ୍ଜିନୀୟରିଙ୍ଗ କଲେଜ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବାଳକୃଷ୍ଣ ପଣ୍ଡା ଓ ଜିଲ୍ଲା ଟ୍ରକ ମାଲିକ ସଙ୍ଘ ର ସଭାପତି ଶ୍ରୀଯୁକ୍ତ ଏଲ୍ଲା ଭେଙ୍କଟେଶ୍ୱର ରାଓ (କୋଣ୍ଡା ବାବୁ ) ମହାଯଜ୍ଞ ର ସୁପରିଚାଳନା ନିମନ୍ତେ ପ୍ରାରମ୍ଭିକ ସ୍ତରରେ ମାର୍ଗଦର୍ଶଜ ମଣ୍ଡଳୀ, ସମ୍ବର୍ଦ୍ଧନା, ଅର୍ଥନୈତିକ, ଏକାଉଣ୍ଟସ, ଯଂଜ୍ଞ ପରିଚାଳନା, ଏକୋମେଣ୍ଡେସନ, ନିର୍ମାଣ, ଖାଦ୍ୟ ପରିଚାଳନା, ମଞ୍ଚ ସଜାସଜି, ପ୍ରଶାରଣ, ଟ୍ରାନ୍ସପୋର୍ଟ, ସ୍ୱାସ୍ଥ୍ୟ ଓ ମେଡିକାଲ, ପାଣି ଯୋଗାଣ, ବିଦ୍ୟୁତ ଓ ସାଉଣ୍ଡ, ମେଡ଼ିଆ ସଂଯୋଜନା,ସଫେଇ, ପାରଚେଜ, କଳସ ଯାତ୍ରା, ପାରାୟଣ ଦୀପ ଯଂଜ୍ଞ, ଭୂମିପୂଜନ ରକ୍ଷଣବେକ୍ଷଣ, ଅଫିସ ପରିଚାଳନା ଓ ମହିଳା ମଣ୍ଡଳ ଏହିପରି 26 ଗୋଟି କମିଟି ର ଘୋଷଣା କରଥିଲେ l ଆସନ୍ତା 12 ତାରିଖ ରେ ମହାଯଂଜ୍ଞ ନିମନ୍ତେ ଭୂମିପୂଜନ ନିମନ୍ତେ ସ୍ଥିର ହୋଇଥିଲା l ଏହି 108 କୁଣ୍ଡିୟ ମହାଯଜ୍ଞ ଜି ସି ଡି ଖେଳ ପଡିଆ ପରିବର୍ତ୍ତେ ବାରିଝୋଲା ରାସ୍ତାରେ ଜି ଆଇ ସି ଆର ନିକଟସ୍ଥ ପଡିଆ ରେ କରିବା ନିମନ୍ତେ ସ୍ଥିର ହୋଇଛି ଏହି ପଡିଆ ରେ ଆସନ୍ତା 12 ତାରିଖ ସଖାଳ 10 ଘଂଟିକା ସମୟରେ ଭୂମିପୂଜନ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି l ବିଶ୍ୱ କଲ୍ୟାଣ ସାଧନା ସମିତି ର ଅଧ୍ୟକ୍ଷ ବୁଜି ସ୍ୱାମୀଜୀ ମହାରାଜ ଓ ହରିପୁର ଗୁରୁକୁଳ ନୂଆପଡା ର ବାନପ୍ରସ୍ଥି ମୁନିଜୀ ମହାରାଜ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ ବିଭାଗ ର ମନ୍ତ୍ରୀ ବୃନ୍ଦ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିବେ ବୋଲି ବଲକୃଷ୍ଣ ପଣ୍ଡା ଜଣାଇଥିଲେ lଏହି କାର୍ଯ୍ୟକ୍ରମ ରେ ଅଂଚଳର ବହୁ ବୁଦ୍ଧିଜୀବୀ ବର୍ଗ, ମାତୃଶକ୍ତି ର ପ୍ରତିନିଧି ତ୍ବ କରୁଥିବା ମହିଳା ସଂଘ ର ମା ଭଉଣୀ ମାନେ, ଜନ ସାଧାରଣ ବର୍ଗ ଯୋଗ ଦେଇ ଏହି ମହାନ ଦେବ କାର୍ଯ୍ୟ କୁ ସମ୍ପାଦନ କରିବା ନିମନ୍ତେ ନିବେଦନ କରିଛନ୍ତି lରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ