108 କୁଣ୍ଡିୟ ବୈଦିକ ବିଶ୍ବଶାନ୍ତି ଯଂଜ୍ଞ ଉପଲକ୍ଷେ ଭୂମି ପୂଜନ ମହୋତ୍ସବ ଅନୁଷ୍ଠିତ
ରାୟଗଡ(ଅମୁଲ୍ୟ ନିଶଙ୍କ ):ରାୟଗଡ ସହର ନିକଟସ୍ଥ ରଇତ କଲୋନୀ ନିକଟସ୍ଥ ବାରିଝୋଲା ରାସ୍ତାର ଜେ.ଏସ୍.କୋ. ଖେଳ ପଡିଆ ଠାରେ ଆଜି ୧୨.୧.୨୦୨୬ ସୋମବାର ଦିନ କୃଷ୍ଣପକ୍ଷ ନବମୀ ତିଥି ରେ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ଦିବସରେ ଅବସୋର ରେ ଡଃ. ସୁଦର୍ଶନଜୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହେବାକୁ ଥିବା ‘୧୦୮ କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ଦେବ ମହାଯଜ୍ଞ’ ନିମନ୍ତେ ‘ଦିବ୍ୟ ଭୂମି ପୂଜନ ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ୍ ଶ୍ରୀ ଆପାଲାସ୍ଵାମୀ କାଡ୍ରାକା ମାନ୍ୟବର ବିଧାୟକ, ରାୟଗଡା, ସ୍ବାମୀ ଶ୍ରୀ ଚୈତନ୍ୟରାମଜୀ ମହାରାଜ, ବିଶେଷ ଅତିଥୁରୂପେ ଶ୍ରୀମତୀ ରତ୍ନମଣି ଉଲ୍ଲାକା ରାଜ୍ୟ ମହିଳା କଂଗ୍ରେସ,ଶ୍ରୀମତୀ ଶୁଭ୍ରା ପଣ୍ଡା ଉପାଧ୍ୟକ୍ଷ, ରାୟଗଡା ମ୍ୟୁନିସିପାଲିଟି, ଶ୍ରୀମତୀ ବିଦ୍ୟୁତ୍ଲତା ହୁଇକା ଆବାହକ, ଆଦିବାସୀ କଲ୍ୟାଣ ମଞ୍ଚ, ରାୟଗଡା ଓ ବାଳକୃଷ୍ଣ ପଣ୍ଡାଆୟୋଜକ, ୧୦୮ କୁଣ୍ଡୀୟ ବିଶ୍ୱଶାନ୍ତି ଦେବ ମହାଯଜ୍ଞ କମିଟି, ରାୟଗଡା ଓ ରାୟଗଡ ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା ଶ୍ରୀ ୟଲ୍ଲା ଭେଙ୍କଟେଶ୍ୱର ରାଓ (କୋଣ୍ଡା ବାବୁ) ସଂଯୋଜକ, ୧୦୮ କୁଣ୍ଡୀୟ ବିଶ୍ୱଶାନ୍ତି ଦେବ ମହାଯଜ୍ଞ କମିଟି, ରାୟଗଡା ମଞ୍ଚାଶୀନ ରହିଥିଲେ l
ଆଜି ସୋମବାର ସକାଳ ୯:୩୦ ଘଟିକା ରେ ଭୂମି ଶୋଧନ, ପଞ୍ଚକୁଣ୍ଡୀୟ ବୈଦିକ ମହାଯଜ୍ଞ ଓ ଭୂମି ପୂଜନ ପ୍ରକ୍ରିୟା । ୧୧ ଘଟିକା- ଧର୍ମ ଧ୍ଵଜା ଉତ୍ତୋଳନ, ୧୧:୧୫ ଘଟିକା– ଯଜ୍ଞଶାଳା ନିର୍ମାଣ ନିମନ୍ତେ ଶିଳାନ୍ୟାସ । ୧୧:୩୦ ଘଟିକା- ରାଷ୍ଟ୍ର ଜାଗରଣ ନିମନ୍ତେ ସାମୁହିକ ସାଧନା ଅନ୍ତର୍ଗତ ଶତାଧୂକ ମହିଳାଙ୍କ ଦ୍ବାରା ଶ୍ରୀ ଲଳିତା (ଗାୟତ୍ରୀ) ସହସ୍ରନାମ ପାରାୟଣ ଓ ସାମୁହିକ ଜପ ସାଧନା ସହିତ ଦିବା ୧୨ ଘଟିକା ପ୍ରସାଦସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଚଳିତ ମାସ 31 ତାରିଖ ରୁ ଏହି ଯଂଜ୍ଞ ଆରମ୍ଭ ହୋଇ ଆସନ୍ତା ମାସ 2 ତାରିଖ ରେ ପୂର୍ଣ୍ଣାହୁତି ହେବ ବୋଲି ଏହି କାର୍ଯ୍ୟକ୍ରମ ର ଆୟୋଜକ ମିଟ୍ସ ଅଧକ୍ଷ ବାଳ କୃଷ୍ଣ ପଣ୍ଡା କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଗୋକୁଳାନନ୍ଦ ମଲିକ, କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ସମତେ ବହୁମନ୍ତ୍ରୀ ଙ୍କ ସହିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ତ ତୁଙ୍ଗ ନେତା ମାନ ଯୋଗ ଦେବା ନିମନ୍ତେ ସମତି ପ୍ରକାଶ କରିଥିବା କଥା ଆୟୋଜକ ବାଲକୃଷ୍ଣ ପଣ୍ଡା କହିଛନ୍ତି lରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
