100% ଦିବ୍ୟାଙ୍ଗ ଥାଇ ମଧ୍ୟ ଦିବ୍ୟାଙ୍ଗ ଦମ୍ପତିଙ୍କୁ ଘୋଷିତ ଭତ୍ତା ମିଳୁନି।ରାୟଗଡ଼ା ବ୍ଲକର ପିପଲ ଗୁଡା ପଞ୍ଚାୟତ ଅନ୍ତର୍ଗତ ଉହାପାକା ଗ୍ରାମର ବାସିନ୍ଦା ଭୀଷ୍ମ ମାଣ୍ଡାଙ୍ଗି ଓ ତାଙ୍କ ପତ୍ନୀ ଶଶିରେଖା ଦୁଇଜଣ ଆଜନ୍ମ ଦିବ୍ୟାଙ୍ଗ। ଦୁଇ ଜଣଙ୍କ ପାଖରେ ପ୍ରଶାସନ ପକ୍ଷରୁ 100%ପ୍ରତିଶତ ଦିବ୍ୟାଙ୍ଗ ସ୍ଵୀକୃତି ପ୍ରାପ୍ତ certificate ଅଛି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ମାସିକ ଦିବ୍ୟାଂଙ୍ଗ ଭତ୍ତା ରାଶି ମାତ୍ର 1000/- ମିଳୁଛି। ଦୁର୍ଭାଗ୍ୟ ବଶତଃ ସେମାନଙ୍କୁ ସରକାର ଙ୍କ ଘୋଷଣା କରାଯାଇ ଥିବା 100% ଦିବ୍ୟାଙ୍ଗ ଥିବା ବ୍ୟକ୍ତି ଙ୍କୁ ମାସିକ 3500/- ଟଙ୍କା ଭତ୍ତା ବୃଦ୍ଧି ରାଶି ପ୍ରଦାନ କରାଯାଉ ନାହିଁ ବୋଲି କହିଥିଲେ। ଉକ୍ତ ଅଞ୍ଚଳ ର ଦାୟିତ୍ଵ ରେ ଥିବା ପଞ୍ଚାୟତ ଅଧିକାରୀ ମାନେ ଦୁଇ ଦିବ୍ୟାଙ୍ଗ ବ୍ୟକ୍ତି ଙ୍କୁ ଚିହ୍ନଟ କରି ଉଚିତ ଭତ୍ତା ବୃଦ୍ଧି ରାଶି ପ୍ରଦାନ କରିବା ପାଇଁ ଚେଷ୍ଟା କରିନଥିବା ଅଭିଯୋଗ ହେଉଛି। ସେମାନେ ବାରମ୍ୱାର ପ୍ରଶାସନ ନିକଟ ରେ ନିବେଦନ କରିଛନ୍ତି। ସେମାନେ ଦୁଇ ଜଣ ସ୍ଵାମୀ ଓ ସ୍ତ୍ରୀ ଦିବ୍ୟାଙ୍ଗ ତାଙ୍କ ଭରଣ ପୋଷଣ କରିବା କଷ୍ଟକର ହେଉଛି ବୋଲି ପ୍ରଶାସନ ନିକଟ ନିବଦେନ୍ ମଧ୍ୟ କରିଛନ୍ତି। ଉକ୍ତ ଅଞ୍ଚଳର ସମାଜ ସେବୀ ସତ୍ୟବାନ୍ ମାଣ୍ଡାଙ୍ଗୀ ଦିବ୍ୟାଙ୍ଗ ଦମ୍ପତ୍ତି ଙ୍କୁ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ସହାୟତା ରାଶି ମିଳୁନି ବୋଲି ଅଭିଯୋଗ ଆଣିଛନ୍ତି। ବୁଦ୍ଧିଜୀବୀ ସରକାର ଙ୍କ ଦ୍ଵାରା ଘୋଷିତ ମାସିକ ଭତ୍ତା 3500/- ଟଙ୍କା ଓ ଆବାସ ଗୃହ ଓ ଭୋରଣ ପୋଷଣ ପାଇଁ ସହାୟତା ରାଶି ଦିଆଯାଉ ବୋଲି ଜିଲ୍ଳାପାଳ ଙ୍କୁ ଯୁଗ୍ମ ଜନଶୁଣାଣୀ ଶିବିରରେ ନିବେଦନ କରୁଥିବା ଦେଖିବାକୁ ମିଳିଛି। ରାୟଗଡ଼ାରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ
100% ଦିବ୍ୟାଙ୍ଗ ଥାଇ ମଧ୍ୟ ଦିବ୍ୟାଙ୍ଗ ଦମ୍ପତିଙ୍କୁ ଘୋଷିତ ଭତ୍ତା ମିଳୁନି।
